ଭୁବନେଶ୍ୱର,୦୭/୦୧: ବିଧିବଦ୍ଧ ଭାବେ ରାଜଧାନୀରେ ଗଡିଲା ଡବଲ୍ ଡେକର୍ ବସ୍ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ପ୍ରବାସୀ ଭାରତୀୟ ଦିବସର ଉଦ୍ଘାଟନ ପୂର୍ବରୁ ୫ଟି ଡବଲ ଡେକର ବସ୍ ରାଜଧାନୀରେ ଗଡ଼ାଇବାକୁ ସରକାର ବ୍ୟବସ୍ଥା କରିଛନ୍ତି। ଏଥି ସହିତ ୧୦ଟି ହପ୍ ଅନ୍ ହପ୍ ଅଫ୍ ବସ୍ର ଶୁଭାରମ୍ଭ ହୋଇଛି। ରାଜ୍ୟ ସରକାର ୨୫ଟି ଶ୍ରୀମନ୍ଦିର ପ୍ରଶାସନ ବସ୍ର ଶୁଭାରମ୍ଭ କରିଛନ୍ତି। ଏହି ବସ୍ଗୁଡ଼ିକ ପୁରୀ ଭିତରେ ଯାତାୟତ କରିବ। ଡବଲ ଡେକର ବସ୍ରେ ପ୍ରବାସୀମାନେ ଯାତାୟାତ କରିବେ। ଡବଲ ଡେକର ବସ୍ର ଶୁଭାରମ୍ଭ ଅବସରରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଭୁବନେଶ୍ବର (ଏକାମ୍ର) ବିଧାୟକ ବାବୁ ସିଂହ, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ। ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ଭୁବନେଶ୍ୱରରେ ଆସନ୍ତାକାଲି ଠାରୁ ୧୦ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ମହାସମାରୋହରେ ଅନୁଷ୍ଠିତ ହେବ।