ନୂଆଦିଲ୍ଲୀ, ୭/୦୧: ଥରିଲା ଉତ୍ତର ଭାରତ । ଦିଲ୍ଲୀ-ଏନସିଆର ଓ ବିହାର ସମେତ ଦେଶର ଅନେକ ସ୍ଥାନରେ ସକାଳୁ ଭୂମିକମ୍ପ ଅନୁଭୁତ ହୋଇଛି । ସକାଳ ୬ଟା ୪୦ରେ ଦିଲ୍ଲୀ-ଏନସିଆର, ମଧ୍ୟପ୍ରଦେଶ ଏବଂ ବିହାରର ପାଟନା, ମୁଜାଫରପୁର ଏବଂ ଉତ୍ତର ଭାରତର ଅନ୍ୟାନ୍ୟ ସ୍ଥାନରେ ସକାଳେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୧ ରହିଛି । ସୂଚନା ଅନୁସାରେ ନେପାଳ,ଚୀନରେ ମଧ୍ୟ ଭୁମିକମ୍ପର ଝଟକା ଅନୁଭୁତ ହୋଇଛି ।
ତିବ୍ଦତର ଡିଙ୍ଗରି କାଉଣ୍ଟିରେ ୫୩ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬୨ରୁ ଅଧିକ ଆହତ ହୋଇଛନ୍ତି । ସେହିପରି ନେପାଳରେ ୯ଜଣଙ୍କ ଜୀବନ ନେଇଛି ଭୂମିକମ୍ପ । ଅନେକ ଘର ଦ୍ୱାର ଭୁଶୁଡି ପଡିଛି । ଏହି ଭୂକମ୍ପ ତିବ୍ଦତର ଶିଗାତ୍ସେ ସହରରେ ବ୍ୟାପକ ଧ୍ୱଂସ ଘଟାଇଛି। ଅନେକ ଅଟ୍ଟାଳିକା କ୍ଷତିଗ୍ରସ୍ତ ହୋଇଛି ।