ଭୁବନେଶ୍ୱର, ୬/୦୧: ଛତିଶଗଡ ବିଜାପୁରରେ ଲୋମଟାଙ୍କୁରା ଘଟଣା ଘଟିଛି । ଯବାନଙ୍କ ଉପରେ ନକ୍ସଲଙ୍କ ହମଲା। ତେବେ ମିଳିଥିବା ସୂଚନା ମୁତାବକ, ଏହି ଆକ୍ରମଣେ ୮ ଯବାନଙ୍କ ସହିଦ ଓ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହେଇଛି।ତେବେ ଗୋଟିଏ ଗାଡିରେ ବସି ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡର ଯବାନମାନେ ଫେରୁଥିଲେ, ହେଲେ ଏହି ସମୟରେ ଆକ୍ରମଣ କରିଥିଲେ ନକ୍ସଲ । ଏହି ସମୟରେ ଆଇଡି ବିସ୍ପୋରଣ କରିଥିଲେ ନକ୍ସଲ ।ଛତିଶଗଡର ବିଜାପୁରରେ ଯବାନଙ୍କ ଏହି ଟିମ୍ ନିଜର ଅପରେସନ୍ ପୂରା କରି ଫେରୁଥିଲେ । ବସ୍ତର ରେଞ୍ଜ ପୋଲିସ୍ ଇନ୍ସିପେକ୍ଟର ଜେନେରାଲଙ୍କ କହିବା ମୁତାବକ, ଯବାନମାନେ ଅପରେସନ୍ କରିସାରିବା ପରେ, ସ୍କୋର୍ପିଓ ଭ୍ୟାନ୍ ଯୋଗେ ଫେରୁଥିଲେ । ତେବେ ଗତ ଦୁଇ ବର୍ଷ ଭିତରେ ଏହା ନକ୍ସଲଙ୍କ ସବୁଠୁ ବଡ ଆକ୍ରମଣ ବୋଲି କୁହାଯାଉଛି ।