ନୂଆଦିଲ୍ଲୀ,୬/୦୧: ଭାରତରେ ପଶିଲା ଚାଇନା ଭୁତାଣୁ। ଭାରତରେ ଚିହ୍ନଟ ହେଲା ଭୟଙ୍କର HMPV ଭୂତାଣୁ । ବେଙ୍ଗାଲୁରୁରେ ୨ ଶିଶୁ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ୩ ମାସର ଶିଶୁ ଓ ୮ ମାସର ଶିଶୁଙ୍କ ଠାରେ HMPV ଭାଇରସ୍ ଚିହ୍ନଟ ହୋଇଛି । ଚାଇନା ଭୂତାଣୁ ଚିହ୍ନଟ ନେଇ ସ୍ପଷ୍ଟ କରିଛି ଆଇସିଏମ୍ଆର । ଏକ ଘରୋଇ ହସ୍ପିଟାଲରେ ପରୀକ୍ଷା କରାଯାଇଥିଲା । କରୋନା ପରି ଚୀନ୍ରେ ଏହି ଭାଇରାସ୍ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏହି ନୂଆ ଭାଇରସ୍ ଦ୍ୱାରା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ବେଗରେ ବଢିବାରେ ଲାଗିଛି । ତେବେ ଛୋଟ ପିଲାଙ୍କ ଠାରେ ଭୂତାଣୁ ପ୍ରଭାବ ଅଧିକ ଦେଖିବାକୁ ମିଳିଛି । ଏଥିରେ ଶ୍ୱାସ ଜନିତ ସମସ୍ୟା ଦେଖା ଦେଇଥାଏ । ଫୁସ୍ଫୁସ୍କୁ ପ୍ରଭାବିତ କରିଥାଏ ଏଚ୍ଏମ୍ପିଭି ଭୂତାଣୁ । ଏବେ ବଡ଼ ପ୍ରଶ୍ନ ହୋଇ ଛିଡା ହୋଇଛି ଯେ ପୁଣି ଭାରତକୁ ଫେରିବକି କଟକଣା।
HMPVର ଲକ୍ଷଣ କ’ଣ?
– ହ୍ୟୁମାନ ମେଟାନ୍ୟୁମୋଭାଇରସ୍ର ସାଧାରଣ ଥଣ୍ଡା ଭଳି ଲକ୍ଷଣ
– କାଶ, ଝାଡ଼ାବାନ୍ତି, ନାକରୁ ପାଣି ବାହାରିବା, ଗଳା ଯନ୍ତ୍ରଣା ଭଳି ଲକ୍ଷଣ
– ଛୋଟ ପିଲା ଓ ବୟସ୍କଙ୍କ ପାଇଁ HMPV ମାରାତ୍ମକ ଆଶଙ୍କା
– HMPV ସଂକ୍ରମଣର ଲକ୍ଷଣ ବ୍ରୋଙ୍କାଇଟିସ୍ କିମ୍ବା ନିମୋନିଆରେ ପରିଣତ ହୋଇପାରେ