ବଡ଼ ଖବର: ଭାରତରେ ଏଚ୍ଏମ୍‌ପିଭି ଭାଇରସ୍ ଚିହ୍ନଟ, ଜଣେ ଆକ୍ରାନ୍ତ

ନୂଆଦିଲ୍ଲୀ,୬/୦୧: ଚୀନ୍‌ରେ ବ୍ୟାପିବାରେ ଲାଗିଛି ହ୍ୟୁମାନ ମେଟାନ୍ୟୁମୋଭାଇରସ୍ (ଏଚ୍ଏମ୍‌ପିଭି) । ଏବେ ବେଙ୍ଗାଲୁରୁରେ ଏକ ଆଠ ମାସର ଶିଶୁ ଶରୀରରେ ମେଟାନ୍ୟୁମୋଭାଇରସ୍ ଚିହ୍ନଟ ହୋଇଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କିନ୍ତୁ ସ୍ପଷ୍ଟ କରିଛି ଯେ ସେମାନେ ସେମାନଙ୍କର ଲ୍ୟାବରେ ନମୁନା ପରୀକ୍ଷା କରିନାହାଁନ୍ତି। ସୂଚନା ଅନୁଯାୟୀ ଏହି ରିପୋର୍ଟ ଏକ ଘରୋଇ ଡାକ୍ତରଖାନାରୁ ଆସିଛି ଆଉ ଏଥିରେ ସନ୍ଦେହ କରିବାର ଆମର କୌଣସି କାରଣ ନାହିଁ।

ଏହି ଭାଇରସ୍‌ ପାଇଁ ଚୀନ୍‌ରେ ଅତି ଉଦ୍‌ବେଗଜନକ ସ୍ଥିତି ଉପୁଜିଥିବା ଖବର ପ୍ରକାଶ ପାଇବା ପରେ ବିଶ୍ବବ୍ୟାପୀ ହଇଚଇ ସୃଷ୍ଟି ହୋଇଛି। ତେବେ ରହସ୍ୟମୟ ଭୂତାଣୁ ସହ ସଂଘର୍ଷ ନେଇ ଚୀନ୍‌ ନିଜର ପ୍ରସ୍ତୁତି ଓ ମୁକାବିଲା ସଂକ୍ରାନ୍ତ ତଥ୍ୟ ସାର୍ବଜନୀନ କରୁନାହିଁ। ହ୍ୟୁମାନ ମେଟାନ୍ୟୁମୋଭାଇରସ୍ ପାଇଁ ଚୀନ୍‌ରେ ଏଭଳି ସ୍ଥିତି ଉପୁଜିଛି ବୋଲି କୁହାଯାଉଥିବା ବେଳେ ଏଥି ପାଇଁ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା କିମ୍ବା ଟିକା ଉପଲବ୍ଧ ନ ଥିବାରୁ, ଭୂତାଣୁ ବିଷୟରେ ସଚେତନତା, ସତର୍କତା ଓ ପ୍ରତିରୋଧ ଜରୁରୀ ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *