କରୋନା ସ୍ଥିତି ନେଇ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୫/୩: ରାଜ୍ୟରେ କରୋନା ସଂକ୍ରମଣ କମିଛି। ଏହାରିମଧ୍ୟରେ ରାଜ୍ୟରେ କରୋନା ସ୍ଥିତି ନେଇ ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ବର୍ତ୍ତମାନ ସ୍ଥିତି ଉପରେ ଆମ ବିଭାଗ ତୀକ୍ଷ୍‌ଣ ନଜର ରଖିଛି। ଦିନକୁ ୭ ହଜାର ୩୦୦ ଆର୍‌ଟିପିସିଆର୍‌ ଟେଷ୍ଟ କରିବାକୁ ଲକ୍ଷ୍ୟ ରଖାଯାଇଛି। ଅନ୍ୟପଟେ ସମସ୍ତ ଜିଲ୍ଲାପାଳ ଓ ସିଡିିିଏମଓଙ୍କୁ ସ୍ବତନ୍ତ୍ର ଗାଇଡ୍‌ଲାଇନ୍‌ ପଠାଯାଇଛି । ସମ୍ବଲପୁର, ପୁରୀ, ଭୁବନେଶ୍ବର, ରାଉରକେଲା ଓ କଟକ ସହରରେ ସେରୋ ସର୍ଭେ ଆରମ୍ଭ ହେବ। ଦେବଗଡ଼ ଓ ନୟାଗଡ଼ରେ RTPCR ଟେଷ୍ଟିଂ ଲାବ୍ରୋଟୋରି ଖୋଲିବାକୁ କୁହାଯାଇଛି ବୋଲିି ସେ କହିଛନ୍ତି।