ଦୁର୍ଘଟଣା ଏଡାଇବାକୁ ବସ ସମେତ ୪ ଚକିଆ ଯାନରେ ଲାଗିବ ସ୍ମାର୍ଟ ଡିଭାଇସ

ଭୁବନେଶ୍ୱର, ୪/୦୧: ଏବେ ଦୁର୍ଘଟଣାରେ ବହୁ ଜୀବନ ଚାଲିଯାଉଛି। ତେଣୁ ଦୁର୍ଘଟଣା ଏଡାଇବାକୁ ବସ ସମେତ ୪ ଚକିଆ ଯାନରେ ଲାଗିବ ସ୍ମାର୍ଟ ଡିଭାଇସ । ଖୁବଶୀଘ୍ର ଏହା ଲାଗୁ କରିବାକୁ ଯାଉଛନ୍ତି ସରକାର । ବିପଦ ଆସିଲେ ସ୍ମାର୍ଟ ଡିଭାଇସ ଡ୍ରାଇଭରଙ୍କୁ ସାଇରନ ଦେବ, ଯାହାଫଳରେ ସେମାନେ ସଚେତନ ହୋଇପାରିବେ । ଜାତୀୟ ସଡକ ସୁରକ୍ଷା ସପ୍ତାହ କାର୍ୟ୍ୟକ୍ରମରେ ଏହି ବଡ ଘୋଷଣା କରାଯାଇଛି। ଦୁର୍ଘଟଣା କମାଇବାକୁ ଟେକ୍ନୋଲଜିର ସାହାରା ନେବେ ସରକାର । ସବୁ ବସ ଓ ୪ଚକିଆ ଯାନରେ ଲାଗିବ ସ୍ମାର୍ଟ ଡିଭାଇସ । ସୁରକ୍ଷାକୁ ପ୍ରାଥମିକତା ଦେଇ ଖୁବଶୀଘ୍ର ଏହାକୁ କାର୍ୟ୍ୟକାରୀ କରିବାକୁ ଯାଉଛନ୍ତି ସରକାର । ଏନେଇ ଆଇଆଇଟି ମାଡ୍ରାସ ଓ ଅନ୍ୟମାନଙ୍କ ସହ ଚୁକ୍ତି ହେଉଛି । ସ୍ମାର୍ଟ ଡିଭାଇସରେ ଡ୍ରାଇଭର ଅନ୍ୟମନସ୍କ ହେଲେ କିମ୍ବା ଆଖି ଲାଖିଗଲେ ଡିଭାଇସ ସାଇରନ୍ ଦେବ। ସେହିପରି ମଦ ପିଇ କିମ୍ବା ଫୋନରେ କଥା ହୋଇ ଗାଡି ଚଳାଇଲେ ଶଦ୍ଦ ଶୁଣାଯିବ।

Leave a Reply

Your email address will not be published. Required fields are marked *