କ୍ୟାବିନେଟ ବୈଠକରେ ୯ଟି ପ୍ରସ୍ତାକୁ ମଞ୍ଜୁରି, ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଖବର

ଭୁବନେଶ୍ୱର, ୩/୦୧: ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କ୍ୟାବିନେଟ ବୈଠକରେ ୯ଟି ପ୍ରସ୍ତାକୁ ମଞ୍ଜୁରି ମିଳିଛି । ସୁଭଦ୍ରାକୁ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର । ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସୁଭଦ୍ରା ଆବେଦନ କଲେ ମିଳିବ ଚଳିତ ବର୍ଷର ଦୁଇଟି କିସ୍ତି । ସେହିପରି ୮୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମ ବ୍ୟକ୍ତି ୩୫ଶହ ଟଙ୍କା ଭତ୍ତା ପାଇବେ । ୮୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ମଧ୍ୟ ୩୫ ଶହ ଟଙ୍କା ଭତ୍ତା ଦେବା ପାଇଁ କ୍ୟାବିନେଟରେ ନିଷ୍ପତି ହୋଇଛି । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାକୁ ୫ ବର୍ଷ ପାଇଁ ଅନୁମୋଦନ ମିଳିଛି । ଏଥିପାଇଁ ୭୫୦ କୋଟି ଟଙ୍କାର ଅନୁମୋଦନ କରିଛନ୍ତି ରାଜ୍ୟ ସରକାର । ଶକ୍ତି ବିଭାଗ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ପାଇଁ ୨୫ ହଜାର ଟଙ୍କା ସବସିଡି ଦେବେ ରାଜ୍ୟ ସରକାର । ସେହିପରି ଓଡ଼ିଶା ଷ୍ଟାଟିସଟିକ୍ ଆଣ୍ଡ ଇକୋନମିକ୍ସ କ୍ୟାଡର ଏବଂ ଓଡିଶା ସବଅର୍ଡିନେଟ୍ ଷ୍ଟାଟିଷ୍ଟିକ୍ ଆଣ୍ଡ ଇକୋନମିକ୍ସ କ୍ୟାଡରର ପୁର୍ନଗଠନ ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଛି ।

Leave a Reply

Your email address will not be published. Required fields are marked *