ଭୁବନେଶ୍ୱର, ୩/୦୧: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଡ ଘୋଷଣା କରିଛନ୍ତି । ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । SDRF ଫଣ୍ଡରୁ ଚାଷୀଙ୍କୁ ସମସ୍ତ କ୍ଷତିପୂରଣ ଦିଆଯିବ ।୩୩ ପ୍ରତିଶତ ରୁ ଅଧିକ କ୍ଷୟକ୍ଷତି ହୋଇଥିବା ଚାଷୀଙ୍କୁ ମିଳିବ କ୍ଷତିପୁରଣ । ଅଦିନିଆ ବର୍ଷାରେ ୬ ଲକ୍ଷ ୬୬ ହଜାର ୭ଶହ ଚାଷୀ କ୍ଷତିଗ୍ରସ୍ତ ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ୨ ଲକ୍ଷ ୨୬ ହଜାର ହେକ୍ଟର ଫସଲ କ୍ଷତି ହୋଇଥିବା ବେଳେ ଚାଷୀଙ୍କୁ ୨୯୧ କୋଟି ସହାୟତା ମିଳିବ ବୋଲି ସେ କହିଛନ୍ତି।