ଭୁବନେଶ୍ୱର,୩/୦୧: ଆଜି ଶପଥ ନେଇଛନ୍ତି ଓଡ଼ିଶାର ନୂଆ ରାଜ୍ୟପାଳ । ଆଜିଠୁ ଓଡିଶାର ନୂଆ ରାଜ୍ୟପାଳ ହୋଇଛନ୍ତି ହରିବାବୁ କମ୍ଭମପତି । ରାଜଭବନରେ ଶପଥ ଗ୍ରହଣ ଉତ୍ସବ ସମାରୋହ । ତାଙ୍କୁ ଶପଥ କରାଇଲେ ହାଇକୋର୍ଟ ମୁଖ୍ୟ ବିଚାରପତି । ଓଡ଼ିଶାର ୨୭ ତମ ରାଜ୍ୟପାଳ ହୋଇଛନ୍ତି ହରିବାବୁ । ଉତ୍ସବ ସମାରୋହରେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଏବଂ ଡିଜିପି ଉପସ୍ଥିତ ଥିଲେ। ଗତ ଡିସେମ୍ବର ୨୪ ତାରିଖରେ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିଲେ ହରିବାବୁ କମ୍ଭମପତି । ପୂର୍ବରୁ ସେ ମିଜୋରାମର ରାଜ୍ୟପାଳ ଥିଲେ । ସେ ୧୯୯୯ ମସିହାରେ ପ୍ରଥମ ଥର ପାଇଁ ବିଶାଖାପାଟଣାର ବିଧାୟକ ଭାବେ ଆନ୍ଧ୍ରପ୍ରଦେଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ପରେ ୨୦୧୪ ମସିହାରେ ବିଶାଖାପାଟଣା ଲୋକସଭା ଆସନରୁ ସଂସଦକୁ ନିର୍ବାଚିତ ହୋଇଥିଲେ ।