ଫରାସୀ ଭବିଷ୍ୟବକ୍ତା ନଷ୍ଟ୍ରାଦମସଙ୍କ ଭବିଷ୍ୟବାଣୀ, ମାଡି ଆସିବ ଗ୍ରହାଣୁ, ବ୍ୟାପିବ ପ୍ଲେଗ ଓ ଦେଶରେ ଏମିତି ଅଘଟଣ ଘଟିବ ଯେ…..

ନୂଆଦିଲ୍ଲୀ,୨/୦୧: ବିଶ୍ୱ ୨୦୨୫ରେ ପ୍ରବେଶ କରିସାରିଛି । ଫରାସୀ ଭବିଷ୍ୟବକ୍ତା ନଷ୍ଟ୍ରାଦମସ ଏହି ବର୍ଷକୁ ନେଇ ଭବିଷ୍ୟବାଣୀ କରିଛନ୍ତି । ମିସେଲ ଡି ନଷ୍ଟ୍ରେଡେମ ନାମରେ ଜନ୍ମିତ ନଷ୍ଟ୍ରାଦମସ ୧୫୦୦ ଦଶକର ଜଣେ ଫ୍ରାନ୍ସ ଜ୍ୟୋତିଷୀ ଓ ଚିକିତ୍ସକ ଥିଲେ। ସେ ଆଡଲ୍ଫ ହିଟଲର କ୍ଷମତାକୁ ଆସିବା, ସେପ୍ଟେମ୍ବର ୧୧ ଆକ୍ରମଣ ଓ କୋଭିଡ୍-୧୯ ମହାମାରୀ ଭଳି ଆଧୁନିକ ଯୁଗର କିଛି ଯୁଗାନ୍ତକାରୀ ଘଟଣାର ପୂର୍ବାନୁମାନ କରିଥିଲେ। ସେ ୧୫୫୫ ମସିହାରେ ପ୍ରକାଶିତ ତାଙ୍କ ପୁସ୍ତକ ଲେସ୍ ପ୍ରଫେଟିକ୍ସ ପାଇଁ ଅଧିକ ଜଣାଶୁଣା। ତାଙ୍କ ଲେଖାକୁ ବିଶ୍ଳେଷଣ କରୁଥିବା ଗବେଷକମାନେ ସଙ୍କେତ ଦେଇଛନ୍ତି ଯେ ୨୦୨୫ରେ ଗ୍ରହାଣୁ ଧକ୍କାଠାରୁ ଆରମ୍ଭ କରି ବ୍ରିଟେନରେ ଅନ୍ୟ ଏକ ପ୍ଲେଗ୍ ଭଳି ମହାମାରୀ ବ୍ୟାପିବା ପର୍ୟ୍ୟନ୍ତ କିଛି ଘଟଣା ସାମ୍ନାକୁ ଆସିପାରେ। ଏହା ସହ ୟୁରୋପ ପାଇଁ ୨୦୨୫ ଅଧିକ ବିପର୍ୟ୍ୟୟ ଓ ଦୁର୍ଦ୍ଦିନ ଆଣିବ ଏବଂ ପଶ୍ଚିମ ଶକ୍ତିମାନଙ୍କର ପ୍ରଭାବ ହ୍ରାସ ପାଇବ ବୋଲି ନଷ୍ଟ୍ରାଦମସଙ୍କ ଭବିଷ୍ୟବାଣୀରେ ସଙ୍କେତ ମିଳିଛି। ଦୀର୍ଘ ଯୁଦ୍ଧରେ ସୈନ୍ୟମାନେ ଥକିଯିବେ, ଯୁଦ୍ଧ କରୁଥିବା ଦେଶଗୁଡ଼ିକ ସୈନିକଙ୍କ ପାଇଁ ଅର୍ଥ ପାଇବେନି । ସୁନା କିମ୍ବା ରୂପା ପରିବର୍ତ୍ତେ ଚମଡ଼ା, ଗାଲିକ୍ ପିତ୍ତଳ ଓ ଅର୍ଦ୍ଧଚନ୍ଦ୍ର ଚିହ୍ନକୁ ମୁଦ୍ରା କରିବାକୁ ଆଗେଇ ଆସିବେ । ସେହିପରି ଗାଲିକ୍ ପିତ୍ତଳ ଓ ଅର୍ଦ୍ଧଚନ୍ଦ୍ରର ଚିହ୍ନ ଲେଖା ଥିବାରୁ ଫ୍ରାନ୍ସ ଓ ତୁର୍କୀ ସଂଘର୍ଷରେ ସାମିଲ ହୋଇପାରନ୍ତି ଓ ନୂଆବର୍ଷ ଇଂଲଣ୍ଡ ଉପରେ ଅଧିକ ପ୍ରଭାବ ପକାଇବ ଓ ଦକ୍ଷିଣ ଆମେରିକୀୟ ଦେଶ ବ୍ରାଜିଲରେ ପ୍ରାକୃତିକ ବିପର୍ୟ୍ୟୟ ଦେଖାଦେଇପାରେ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *