ଏଣିକି ରବିବାର ଓ ଛୁଟି ଦିନ ବ୍ୟତୀତ ସବୁଦିନ ହେବ ଟିକାକରଣ

ଭୁବନେଶ୍ୱର, ୧୫/୩: ରାଜ୍ୟରେ କରୋନା ସଂକ୍ରମଣଙ୍କୁ ରୋକିବା ପାଇଁ ଟୀକାକରଣ ଚାଲିଛି। ଏଣିକି ରବିବାର ଓ ଛୁଟି ଦିନ ବ୍ୟତୀତ ସବୁଦିନ  ଟିକାକରଣ ହେବ ବୋଲି ସୁୁଚନା ମିଳିଛି । ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ଅନ୍ୟପଟେ ପ୍ରତିଦିନ ୧ ଲକ୍ଷ ବରିଷ୍ଠ ନାଗରିକଙ୍କୁ ଟିକାଦାନ ଲାଗି ଲକ୍ଷ୍ୟ ରଖାଯାଇଛି । ଏହାସହ ରାଜ୍ୟରେ ଖରା ବଢୁଥିବାରୁ ଟିକାଦାନ କେନ୍ଦ୍ରକୁ ବୃଦ୍ଧି କରାଯାଇଛି । ଏବେ ରାଜ୍ୟର ୭୦୦ଟି କେନ୍ଦ୍ରରେ ଟିକାଦାନ କରାଯାଉଛି । ୯୧% ସ୍ୱାସ୍ଥ୍ୟ କର୍ମୀ ଓ ୮୦% ସମ୍ମୁଖ ଯୋଦ୍ଧା ଟିକା ନେଇସାରିଥିବା ସୂଚନା ରହିିିଛି ।