ଭୁବନେଶ୍ୱର, ୨୯/୧୨: ଦୁଇ ଦିନ ପରେ ନୂଆବର୍ଷ-୨୦୨୫ ଆସିବ। ନୂଆବର୍ଷ ପାଇଁ ମନ୍ଦିର, ପର୍ଯ୍ୟଟନ ସ୍ଥଳୀ, ହୋଟେଲ, ରେଷ୍ଟୁରାଣ୍ଟ, ପାର୍କ ଆଦି ସ୍ଥଳରେ ମଧ୍ୟ ପ୍ରସ୍ତୁତି କରାଯାଇଛି। ପୁରୀ ଶ୍ରୀମନ୍ଦିରରେ ମଧ୍ୟ ଲକ୍ଷାଧିକ ଭକ୍ତଙ୍କର ସମାଗମକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଚାଲିଛି। ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ୨୦୨୪ ଡିସେମ୍ବର ୩୧ ଓ ୨୦୨୫ ଜାନୁଆରି ୧ ଦିନ ସାଧାରଣ ଭକ୍ତମାନଙ୍କୁ କେବଳ ସିଂହଦ୍ବାର ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିବ। କିନ୍ତୁ ଭକ୍ତମାନେ ଅନ୍ୟ ୩ଟି ଦ୍ବାର ପ୍ରସ୍ଥାନ କରିପାରିବେ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ୍ ପରିଚାଳନା ପାଇଁ ଜିଲ୍ଲାରେ ୯୦ ଅଧିକାରୀଙ୍କ ସହ ୬୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ।