ବିଜୁ ପଟ୍ଟନାୟକ ପ୍ରମିୟମ ଲିଗ କ୍ରିକେଟ ମ୍ୟାଚରେ ବାଜି ମାରିନେଲା ଗୋତରା

ନିଶ୍ଚିନ୍ତ କୋଇଲି, ୧୪ା୩(ଦି ପ୍ରଗତି ନ୍ୟୁଜ): ନିଶ୍ଚିନ୍ତକୋଇଲି ସ୍ଥିତ ଜିଗ୍ନିପୁର ବଳଦେବଜୀୟୁ କ୍ରିକେଟ୍ ଖେଳ ପଡ଼ିଆରେ ବିଜୁ ପଟ୍ଟନାୟକ ପ୍ରିମିୟର ଲିଗ କ୍ରିକେଟ ଫାଇନାଲର ମ୍ୟାଚ ଆୟୋଜିତ ହୋଇଥିଲା । ଏହି ମ୍ୟାଚରେ ଗରାମକୁ ଦୁଇ ୱିକେଟରେ ପରାସ୍ତ କରି ଗୋତରା କ୍ରିକେଟ କ୍ଲବ ବିଜୟୀ ହୋଇଛନ୍ତି ।

ଏହି ମ୍ୟାଚରେ ଗୋତରା ବ୍ଳକର ଅଧିନାୟକ ଟସ ଜିତିଥିଲେ । କିନ୍ତୁ ପ୍ରଥମେ ବ୍ୟାଟିଂ କରିବା ପାଇଁ ଗରାମ କ୍ରିକେଟ କ୍ଲବକୁ ଆମନ୍ତ୍ରଣ କରିଥିଲେ । ଏହି ଦଳ ନିର୍ଦ୍ଧାରିତ ୨୫ ଓଭରରେ ସମସ୍ତ ୱିକେଟ୍ ହରାଇ ୨୦୦ରନ୍ ସଂଗ୍ରହ କରିଥିଲା । ସେହିପରି ୨୦୧ ରନର ବିଜୟ ଲକ୍ଷ ନେଇ ଗୋତରା କ୍ରିକେଟ କ୍ଲବ ପଛରେ ବ୍ୟାଟିଂ ଆରମ୍ଭ କରି ୨୪.୧ ଓଭରରେ ୮ ୱିକେଟ ହରାଇ ୨୦୨ ରନ ସଂଗ୍ରହ କରିଥିଲା । ଯାହା ଫଳରେ ଗୋତରା କ୍ରିକେଟ କ୍ଲବ ୨ ୱକେଟରେ ବିଜୟୀ ହୋଇ ଚମ୍ପିଅନ ହୋଇପାରିଥିଲା ।

କ୍ରିକେଟ ଲିଗରେ ପ୍ରଦୀପ୍ତ ଭଦ୍ର ମ୍ୟାନ୍ ଅଫ ଦି ମ୍ୟାଚ୍ ଓ ପ୍ରଦୀପ ରାୟ ମ୍ୟାନ୍ ଅଫ ଦି ସିରିଜ ବିବେଚିତ ହୋଇଛନ୍ତି । ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ରାଜ୍ୟ ପଞ୍ଚାୟତିରାଜ ଓ ଆଇନମନ୍ତ୍ରୀ ପ୍ରତାପ ଜେନା ସଭାପତିତ୍ୱ କରିଥିଲେ । ଏଥିରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟଅତିଥି ଓ ସମ୍ମାନିତ ଅତିଥିରୂପେ କଟକ ସଦର ବିଧାୟକ ଚନ୍ଦ୍ରସାରଥି ବେହେରା, ଟାଙ୍ଗି ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରା, ବାଙ୍କି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ଧୃବଚରଣ ସ।।ହୁ, ସୌଭିକ ବିଶ୍ୱାଳ, ଓସିଏ ସଭାପତି ପଙ୍କଜ ମହାନ୍ତି, ବିଜେଡ଼ି ନେତା ମଧୁ ସାହୁ, ରଞ୍ଜନ ବିଶ୍ୱାଳ ପ୍ରମୁଖ ଅତିଥି ଭାବେ ଯୋଗଦାନ କରି ପୁରସ୍କାର ବିତରଣ କରିଥିଲେ ।