ଭୁବନେଶ୍ୱର, ୧୪/୩: ଆଜି ଭିଡିଓ କନଫରେନ୍ସ ଜରିଆରେ ପୁରୀର ବିକାଶ ନେଇ ଗଜପତି ଦିବ୍ୟସିଂହ ଦେବ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ଆଲୋଚନା ହୋଇଥିବା ସୂଚନା ମିଳିଛି। ଶ୍ରୀମନ୍ଦିର ବିକାଶ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି । ଏହି ଭର୍ଚୁଆଲ ଆଲୋଚନାରେ ଯୋଡ଼ି ହୋଇଛନ୍ତି ୩୦ରୁ ଅଧିକ ଦେଶର ପ୍ରବାସୀ ଓଡ଼ିଆ ।