ଆମ୍ବୁଲାନ୍ସ ଧକ୍କାରେ ୧୦ ବର୍ଷର ଝିଅର ମୃତ୍ୟୁ

ଭୁବନେଶ୍ୱର, ୧୪/୩: ଗଜପତି କତଲକଇଠାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସେଠାରେ ଏକ ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ଥ ହୋଇଛି। ଆମ୍ବୁଲାନ୍ସ ଧକ୍କାରେ ୧୦ ବର୍ଷର ଝିଅ ଏସ୍‌. ଲକ୍ଷ୍ମୀ ର ମୃତ୍ୟୁ ହୋଇଛି। ଏହାପରେ କ୍ଷତିପୂରଣ ଓ କାର୍ଯ୍ୟାନୁଷ୍ଠାନ ଦାବିରେ ରାସ୍ତା ଅବରୋଧ କରିଛନ୍ତି ଉତ୍ୟକ୍ତ ଲୋକ। ପାରଳାଖେମୁଣ୍ଡି ଓ ମୋହନା ରାଜପଥରେ ଅଟକ ରହିଛି ଶତାଧିକ ଗାଡ଼ି । ଉଲ୍ଲେଖଯୋଗ୍ୟ ଯେ ଆମ୍ବୁଲାନ୍ସରେ ରୋଗୀ ନଥିଲେ ବରଂ ଫଳ ଓ ପନିପରିବା ରହିଛି ।