ମାହାଙ୍ଗାର ପୂର୍ବତନ ବିଧାୟକ ଗୁରୁପଦ ନନ୍ଦଙ୍କ ପରଲୋକ

କଟକ, ୨୦ା୧୦(ଦି ପ୍ରଗତି ନ୍ୟୁଜ): ମାହାଙ୍ଗାର ପୂର୍ବତନ ବିଧାୟକ ଗୁରୁପଦ ନନ୍ଦଙ୍କ ଆଜି ପରଲୋକ ଘଟିଛି । କଟକ ସ୍ଥିତ ଜଗତପୁରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି । ମୃତ୍ୟୁବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା । ଗୁରୁପଦଙ୍କ ବିୟୋଗରେ ପିସିସି ସଭାପତି ଶୋକ ପ୍ରକାଶ କରିଛନ୍ତି । କଂଗ୍ରେସର କଟକ ଜିଲ୍ଳା ସଭାପତି ଗୁରୁପଦ ଥିଲେ । ୧୯୮୦ ମସିହାରେ ରାଉରକେଲା ବିଧାନସଭା ଆସନରୁ କଂଗ୍ରେସ ଟିକେଟରେ ଗୁରୁପଦ ବିଜୟୀ ହୋଇଥିଲେ ।