ନୂଆଦିଲ୍ଲୀ, ୨୨/୧୨: ହାଇଦ୍ରାବାଦ ସନ୍ଧ୍ୟା ଥିଏଟରରେ ଦଳାଚକଟା ଘଟଣାରେ ପୁଷ୍ପାରାଜ ଓରଫ୍ ଅଲ୍ଲୁ ଅର୍ଜୁନ ଜେଲକୁ ଯାଇ ବେଲରେ ବାହାରକୁ ଆସିବା ପରେ ମଧ୍ୟ ବିବାଦ ବଢ଼ିବାରେ ଲାଗିଛି। ଏହାରି ଭିତରେ ଆଜି ଓସମାନିଆ ୟୁନିଭର୍ସିଟିର କିଛି ସଦସ୍ୟ ଅଲ୍ଲୁ ଅର୍ଜୁନଙ୍କ ହାଇଦ୍ରାବାଦ ଜୁବଲି ହିଲ୍ସସ୍ଥିତ ବାସଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅଭିନେତାଙ୍କ ଘର ଭିତରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ତେବେ ଆନ୍ଦୋଳନକାରୀଙ୍କ ମଧ୍ୟରୁ ୮ ଜଣଙ୍କୁ ପୁଲିସ ଉଠାଇ ନେଇଥିବା ଜଣାପଡ଼ିଛି।ଓସମାନିଆ ୟୁନିଭର୍ସିଟିର ଏହି ଦଳ ଅଲ୍ଲୁଙ୍କ ଘର ବାହାରେ ଥିବା ଫୁଲକୁଣ୍ଡ ଓ ଅନ୍ୟାନ୍ୟ ଜିନିଷପତ୍ର ଭଙ୍ଗାରୁଜା କରିଥିଲେ। ସନ୍ଧ୍ୟା ଥିଏଟରରେ ଦଳାଚକଟାରେ ମୃତ୍ୟୁ ହୋଇଥିବା ମହିଳାଙ୍କ ପରିବାରକୁ କୋଟିଏ ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରି ସେମାନେ ଏହି ବିକ୍ଷୋଭ କରିଥିଲେ। ବିକ୍ଷୋଭକାରୀମାନେ ଅଭିନେତାଙ୍କ ଘର ଭିତରକୁ ଧସେଇ ପସିବାକୁ ମଧ୍ୟ ଉଦ୍ୟମ କରିଥିଲେ।