ବିପଦ ଏବେ ବି ଟଳିନି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୪/୩: ଆଜି ଅପରାହ୍ନ ୧୨ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ  ରାଜ୍ୟବାସୀଙ୍କ ସହଯୋଗରୁ କରୋନା ନିୟନ୍ତ୍ରଣରେ ଅଛି। ଆମର ପଦକ୍ଷେପକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମଧ୍ୟ ପ୍ରଶଂସା କରିଛି। ରାଜ୍ୟରେ ଆମର ଦୈନିକ ସଂକ୍ରମଣ ଶହେ ତଳେ ରହୁଛି । କିନ୍ତୁ ରୋଗ କ୍ଷେତ୍ରରେ ଆତ୍ମସନ୍ତୋଷ ଠିକ୍‌ ନୁହେଁ । ସତର୍କ ରହିଲେ ରାଜ୍ୟରେ ଲକ୍‌ଡାଉନ ସ୍ଥିତି ଆସିବନି ।
ବିପଦ ଏବେ ବି ଟଳିନାହିଁ। ଏହାସହ ଅନ୍ୟରାଜ୍ୟରେ ସ୍ଥିତି ଗମ୍ଭୀର ହେଉଛି।

ତେଣୁ ସମସ୍ତ ପ୍ରକାର କୋଭିଡ ନିୟମ ମାନିବା ଜରୁରୀ ରହିଛି । ମାସ୍କ ବେକରେ ନଝୁଲେଇ ମୁହଁ ରେ ପିନ୍ଧି ବାହାରକୁ ବାହାରିବା ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।