ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ କଟକଣା, ଅନୁମତି ନେଇନଥିଲେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ, ୨୦/୧୨: ଆଉ କେଇଟା ଦିନ ଗଲେ ନୂଆବର୍ଷ। ଆଉ ସେଇ ନୂଆବର୍ଷକୁ ସ୍ୱାଗତ ପାଇଁ ଲୋକେ ଜିରୋ ନାଇଟ୍ ସେଲିବ୍ରେସନ୍ କରନ୍ତି। ଏହି ସେଲିବ୍ରେସବ ପାଇଁ ଅବକାରୀ ବିଭାଗର କଟକଣା । ଡିସେମ୍ବର ୩୧ ତାରିଖରେ ଜରୋ ନାଇଟ୍ ଆୟୋଜନ ପାଇଁ ଅବକାରୀ ବିଭାଗର ଅନୁମତି ଦରକାର । ଅବକାରୀ ବିଭାଗର ଅନୁମତି ନଥିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଅବକାରୀ କମିଶନର ନରସିଂହ ଭୋଳ ଏମିତି ଚେତାବନୀ ଦେଇଛନ୍ତି । ବିନା ଅନୁମତିରେ କିଛି ଜାଗାରେ ଜିରୋ ନାଇଟ୍ ପାଇଁ ପ୍ରସ୍ତୁତି ଚାଲିଛି ବୋଲି ବିଭାଗକୁ ବିଭିନ୍ନ ସୂତ୍ରରୁ ଖବର ଆସିଛି । ଏହାକୁ ରୋକିବା ପାଇଁ ଖୁବଶୀଘ୍ର ବିଭାଗ ପଦକ୍ଷେପ ନେବ ବୋଲି ଅବକାରୀ କମିଶନର ନରସିଂହ ଭୋଳ ଚେତାବନୀ ଦେଇଛନ୍ତି ।