ନୂଆଦିଲ୍ଲୀ,୨୦/୧୨: ଚର୍ଚ୍ଚାରେ ଟେସଲାର ଓପ୍ଟିମସ ରୋବୋଟ । ଆମେରିକାର କାଲିଫୋର୍ଣ୍ଣିଆର ବେ-ଏରିଆରେ, ଟେସଲାର ଫ୍ରେମଣ୍ଟ କାରଖାନା ଓ ସର୍ଭିସ ସେଣ୍ଟରରେ ଏହି ରୋବଟକୁ ଦେଖିବାକୁ ଲାଗୁଛି ଲମ୍ବା ଲାଇନ । ଏହି ରୋବୋଟକୁ ମଣିଷ ଭଳି ଆକୃତି ଦିଆଯାଇଛି । ମଣିଷ ମାନଙ୍କୁ ଯିବା ପାଇଁ ଅସୁବିଧା ସ୍ଥାନଗୁଡ଼ିରେ ଏହି ରୋବୋଟ ଯାଇ ମଣିଷମାନଙ୍କ ପାଇଁ କାମ କରିପାରିବା ନେଇ ଏହାକୁ ତିଆରି କରାଯାଇଛି । ଟେସଲାର କିଛି କର୍ମଚାରୀ କହିଛନ୍ତି, ଏ ରୋବଟ୍ ନବଯାତ ପିଲାଙ୍କ ଯତ୍ନ ନେଇପାରିବ, ସେମାନଙ୍କ ପାଇଁ ତାଙ୍କ ମା ବାପାଙ୍କୁ ସାହାଯ୍ୟ କରିପାରିବ । ସେ ସ୍ତରରେ ସୁରକ୍ଷାନେଇ ତିଆରି ହେଉଛି ଏ ରୋବଟ୍ । ହେଲେ ଲୋକଙ୍କ ବୃତି ଉପରେ ପ୍ରଭାବ ପଡିବ, କାରଣ ମଣିଷ ଯେଉଁକାମ କରେ ଅତି ସହଜରେ ଏ ରୋବେଟ ତାକୁ କରିପାରିବ ।