ନୂଆଦିଲ୍ଲୀ,୧୯/୧୨: ଆମ୍ବେଦକର’ପ୍ରସଙ୍ଗକୁ ନେଇ ଗୃହରେ ବିରୋଧୀ ସଦସ୍ୟ ବିକ୍ଷୋଭ ପ୍ରଦର୍ଶନ କରୁଥିବା ସମୟରେ ଠେଲି ଦେଇଥିଲେ ରାହୁଲ ଗାନ୍ଧି। ଅଭିଯୋଗ ଅନୁସାରେ, ରାହୁଲ ଗାନ୍ଧି କିଛି ସାଂସଦଙ୍କୁ ଠେଲି ଥିଲେ ସେହି ଧକ୍କା ଯୋଗୁଁ ଜଣେ ସାଂସଦ ପ୍ରତାପଙ୍କ ଉପରେ ପଡ଼ି ଯିବା ଯୋଗୁଁ ପ୍ରତାପଙ୍କ ମୁଣ୍ଡରେ ଆଘାତ ଲାଗିଛି।ପ୍ରତାପଙ୍କ ମୁଣ୍ଡରେ ପଡ଼ିଛି ୨ଟି ଷ୍ଟିଚ୍। ହସ୍ପିଟାଲରେ ପ୍ରତାପ ଷଡଙ୍ଗୀଙ୍କୁ ଭେଟିବାକୁ ଅନେକ ନେତା ମନ୍ତ୍ରୀ ପହଞ୍ଚିଛନ୍ତି। ଏହାସହ ପ୍ରତାପ ଷଡଙ୍ଗୀଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଫୋନ୍ କରି ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ତେବେ ପ୍ରତାପ ଷଡଙ୍ଗୀ ଆହତ ହେବା ଘଟଣାକୁ ଚାରି ଆଡୁ ନିନ୍ଦା କରାଯାଉଛି।