କେଉଁ ୬ଟି ପ୍ରସଙ୍ଗରେ ଚୀନ ଓ ଭାରତର ସ୍ବତନ୍ତ୍ର ପ୍ରତିନିଧିମାନେ ପ୍ରକାଶ କରି ସହମତି

ନୂଆଦିଲ୍ଲୀ,୧୯/୧୨: ଚୀନ୍-ଭାରତ ସ୍ବତନ୍ତ୍ର ପ୍ରତିନିଧିଙ୍କ ୨୩ତମ ବୈଠକ ବୁଧବାର ବେଜିଂରେ ଅନୁଷ୍ଠିତ ହୋଇଯାଇଛି । ପାଞ୍ଚ ବର୍ଷ ପରେ ଦୁଇ ଦେଶର ସ୍ୱତନ୍ତ୍ର ପ୍ରତିନିଧିଙ୍କ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଚୀନ୍-ଭାରତ ସୀମା ପ୍ରସଙ୍ଗରେ ସକାରାତ୍ମକ ଏବଂ ଗଠନମୂଳକ ଆଲୋଚନା କରିଥିଲେ ଏବଂ ୬ଟି ସହମତିରେ ପହଞ୍ଚିଥିଲେ । ଜାଣନ୍ତୁ  କେଉଁ ୬ଟି ପ୍ରସଙ୍ଗରେ ଚୀନ ଓ ଭାରତର ସ୍ବତନ୍ତ୍ର ପ୍ରତିନିଧିମାନେ ସହମତି ପ୍ରକାଶ କରିଛନ୍ତି।

ସୀମାନ୍ତ ଅଞ୍ଚଳରେ ଶାନ୍ତି ବଜାୟ ରଖିବା ଏବଂ ଦ୍ୱିପାକ୍ଷିକ ସମ୍ପର୍କର ସୁସ୍ଥ ଏବଂ ସ୍ଥିର ବିକାଶକୁ ପ୍ରୋତ୍ସାହିତ କରିବା, ସୀମା ସ୍ଥିତିର ଆକଳନ କରିବା ସମୟରେ ଉଭୟ ପକ୍ଷ ସୀମାନ୍ତ ଅଞ୍ଚଳରେ ପରିଚାଳନା ନିୟମକୁ ଆହୁରି ସଂଶୋଧନ କରିବେ ।

ସେହିପରି ଆତ୍ମବିଶ୍ୱାସ ସୃଷ୍ଟି ପଦକ୍ଷେପକୁ ସୁଦୃଢ଼ କରିବା ଓ ସୀମାରେ ସ୍ଥାୟୀ ଶାନ୍ତି, ସ୍ଥିରତା ହାସଲ କରିବାକୁ ରାଜି, ସୀମାପାର ଆଦାନପ୍ରଦାନ ଏବଂ ସହଯୋଗକୁ ସୁଦୃଢ଼ କରିବା, ଭାରତୀୟ ତୀର୍ଥଯାତ୍ରୀଙ୍କ ଚୀନର ତିବତ ଗସ୍ତ ପୁଣି ଥରେ ଆରମ୍ଭ କରିବା, ସ୍ୱତନ୍ତ୍ର ପ୍ରତିନିଧି ବୈଠକର ନିର୍ମାଣକୁ ଆହୁରି ସୁଦୃଢ଼ କରିବା । କୂଟନୈତିକ ଏବଂ ସାମରିକ ଆଲୋଚନାରେ ସମନ୍ୱୟ ଓ ସହଯୋଗ ବୃଦ୍ଧି କରିବା  ଓ ଆସନ୍ତା ବର୍ଷ ଭାରତରେ ସ୍ୱତନ୍ତ୍ର ପ୍ରତିନିଧିମାନଙ୍କର ଏକ ନୂତନ ବୈଠକ ଆୟୋଜନ କରିବାକୁ ଉଭୟ ପକ୍ଷ ରାଜି ବୋଲି ଜଣାପଡିଛି।