ନୂଆଦିଲ୍ଲୀ,୧୭/୧୨: ଆମେରିକାରେ ପୁଣି ଏକ ସ୍କୁଲରେ ଗୁଳିକାଣ୍ଡ । ୱିକୋସିନ ଅଞ୍ଚଳରେ ଥିବା ଏକ ଘରୋଇ ସ୍କୁଲରେ ଗୁଳିକାଣ୍ଡ ଘଟିଥିବା ବେଳେ ଏଥିରେ ଛାତ୍ର ସମେତ ୪ ଜଣଙ୍କ ମୃତ୍ୟୁ ହୋଇଛି । ପୋଲିସର ପାଲଟା ଗୁଳିରେ ଆତତାୟୀର ଜୀବନ ମଧ୍ୟ ଯାଇଛି । ଘଟଣା ପରେ ପୂରା ଅଞ୍ଚଳକୁ ସିଲ୍ କରି ତଦନ୍ତ କରୁଛି ପୋଲିସ ।ସ୍କୁଲ ପିଲା ଓ କତ୍ତୃପକ୍ଷଙ୍କୁ ସ୍କୁଲରୁ ବାହାର କରାଯାଇଛି । ତେବେ କେଉଁ କାରଣରୁ ଗୁଳିକାଣ୍ଡ ଘଟିଲା ତାହା ଜଣାପଡ଼ି ନାହିଁ । ଆମେରିକାରେ ଗୁଳିକାଣ୍ଡ ଘଟଣା ଦିନକୁ ଦିନ ବଢ଼ି ଚାଲିଛି । ଏହାକୁ ନେଇ ଚାରିଆଡ଼େ ଉଦବେଗ ପ୍ରକାଶ ପାଉଥିବା ବେଳେ ଏହାକୁ ରୋକିବାକୁ କଠୋର ଆଇନ ପ୍ରଣୟନ ହେଉ ନ ଥିବାରୁ ଏମିତି ବାରମ୍ବାର ହେଉଥିବା ଚର୍ଚ୍ଚା ଜୋର ଧରିଛି।