ଭୁବନେଶ୍ୱର, ୧୬/୧୨: ଲୋୟର ପିଏମଜିରେ ଅଙ୍ଗନବାଡି କର୍ମୀଙ୍କ ଗର୍ଜନ । ସରକାରୀ ମାନ୍ୟତା ସାଙ୍ଗକୁ ଦରମା ବୃଦ୍ଧି ଦାବିରେ ଏକାଠି ହୋଇଛନ୍ତି ହଜାର ହଜାର ଅଙ୍ଗନବାଡି କର୍ମୀ ଓ ସହାୟିକା । ବହିଷ୍କାର ହୋଇଥିବା କର୍ମୀଙ୍କୁ ପୁନନିଯୁକ୍ତି ସହ ନିର୍ବାଚନ ପୂର୍ବରୁ ସରକାର ଦେଇଥିବା ପ୍ରତିଶ୍ରୁତି ଲାଗୁ କରିବା ପାଇଁ ଦାବି କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏହା ସହ ହଟ କୁକ ମିଲ୍ ପାଇଁ ମୁଣ୍ଡପିଛା ୭ ଟଙ୍କା ୨୦ ପଇସା ସର୍ବମୋଟ ମିଳୁଥିବା ବେଳେ ଏହାର ବୃଦ୍ଧି ପାଇଁ ଦାବି କରାଯାଇଛି ।