ଦକ୍ଷିଣ କୋରିଆରେ ରାଷ୍ଟ୍ରପତି ପଦରୁ ବିଦା ହେଲେ ରାଷ୍ଟ୍ରପତି ୟୁ-ସୁକ-ୟୋଓଲ

ନୂଆଦିଲ୍ଲୀ,୧୪/୧୨: ଦକ୍ଷିଣ କୋରିଆରେ ରାଷ୍ଟ୍ରପତି ପଦରୁ ବିଦା ହେଲେ ରାଷ୍ଟ୍ରପତି ୟୁ-ସୁକ-ୟୋଓଲ। ସୂଚନା ଅନୁସାରେ ଦକ୍ଷିଣ କୋରିଆର ରାଷ୍ଟ୍ରପତି ୟୁନ ସୁକ ୟୋଓଲଙ୍କ ବିପକ୍ଷରେ ସଂସଦରେ ମହାଭିଯୋଗ ପ୍ରସ୍ତାବ ପାଇଁ ଭୋଟିଂ କରାଯାଇଥିଲା। ରାଷ୍ଟ୍ରପତିଙ୍କ ସପକ୍ଷରେ ମାତ୍ର ୮୫ ଭୋଟ ପଡିଥିବାବେଳେ ବିପକ୍ଷରେ ପଡିଥିଲା ୨୦୪ ଭୋଟ । ସମ୍ବିଧାନ ଅନୁସାରେ ପ୍ରଧାନମନ୍ତ୍ରୀ ହାନ-ଡକ ସୁଙ୍କୁ କାର୍ୟ୍ୟକାରୀ ରାଷ୍ଟ୍ରପତି କରାଯାଇଛି । ମାର୍ଶଲ ଲ’କୁ କାର୍ଯ୍ୟ କରିବା ଫଳରେ ଲୋକ ମାନେ ରାଷ୍ଟ୍ରପତିଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ।