ସୁରକ୍ଷା ବାହିନୀ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ, ୭ନକ୍ସଲ ନିହତ

ଭୁବନେଶ୍ୱର, ୧୨/୧୨: ଦାନ୍ତେୱାଡା ସୀମା ନିକଟସ୍ଥ ରେକୱା ଏବଂ ହିଟୁଲ ଜଙ୍ଗଲରେ ସୁରକ୍ଷା ବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ଏକ ବଡ଼ ମୁକାବିଲା ହୋଇଛି। ଏନକାଉଣ୍ଟର ସହିତ ଏକ ସର୍ଚ୍ଚ ଅପରେସନ୍ ମଧ୍ୟ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୭ ଜଣ ପୋଷାକଧାରୀ ନକ୍ସଲ ନିହତ ହେବା ସହ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବସ୍ତର ଆଇଜି  ଏନେଇ ସ୍ପଷ୍ଟ କରିଛନ୍ତି।ଆଜି  ୩ ରୁ ୪ଟି ଜିଲ୍ଲାର ମିଳିତ ନକ୍ସଲ ଅପରେସନ୍ ଆରମ୍ଭ ହୋଇଛି। ନାରାୟଣପୁର ଏବଂ ଦାନ୍ତେୱାଡା ଏସପି ଏହି ଏନକାଉଣ୍ଟରକୁ ସ୍ପଷ୍ଟ କରିଛନ୍ତି। ଖବର ମୁତାବକ ଦକ୍ଷିଣ ଆବୁଜାମାଡରେ ଇନ୍ଦ୍ରାବତୀ କ୍ଷେତ୍ର କମିଟିର ୫୦ ରୁ ୬୦ ନକ୍ସଲ କ୍ୟାମ୍ପ କରିଥିଲେ। ତେଣୁ ମିଳିତ ଆକ୍ସନ୍ ଫୋର୍ସ ପଠା ଯାଇ କୁମ୍ବିଂ ଅପରେସନ କରାଯାଇଥିଲା।