କୋଭିଡ-୧୯ ଟିକା ଯୋଗୁ ମୃତ୍ୟୁ ହେଉନାହିଁ : ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା

ଭୁବନେଶ୍ୱର,୧୧/୧୨: କୋଭିଡ ଭ୍ୟାକସିନକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ବଡ଼ ବୟାନ । ସେ କହିଛନ୍ତି, ଯୁବପୀଢିଙ୍କ ହଠାତ୍ ମୃତ୍ୟୁ ପଛରେ କରୋନା ଟିକା କାରଣ ନୁହେଁ। ଆଇସିଏମଆର ଷ୍ଟଡିର ରିପୋର୍ଟକୁ ନେଇ ରାଜ୍ୟସଭାରେ ଏ ସମ୍ପକରେ ଉତ୍ତର ରଖିଛନ୍ତି ଜେ.ପି ନଡ୍ଡା । ଆଜିକାଲି  ଅନେକ ଲୋକଙ୍କର ଅକାଳରେ ମୃତ୍ୟୁ ହେଉଥିବାବେଳେ ଏହାର କାରଣ ଟିକା ନୁହେଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। କୋଭିଡ ୧୯ ଟିକା ଯୋଗୁ ମୃତ୍ୟୁ ହେଉନାହିଁ। ବରଂ କୋଭିଡ ଟିକା ଯୋଗୁଁ ମୃତ୍ୟୁ ହାର କମିଛି ବୋଲି କହିଛନ୍ତି ନଡ୍ଡା ।

ସୂଚନାଯୋଗ୍ୟ ଯେ ପୂର୍ବରୂ କୋଭିଡ ଟିକା ପାଇଁ ଯୁବପିଢିଙ୍କ ହଠାତ ମୃତ୍ୟୁ ହୋଇଥିବା ନେଇ ରିପୋର୍ଟ ଆସିଥିଲା । କିନ୍ତୁ ଆଇସିଏମଆର ଷ୍ଟଡି ରିପୋର୍ଟ ଅନୁଯାୟୀ, ଅକ୍ଟୋବର ୨୦୨୧ରୁ ମାର୍ଚ୍ଚ ୨୦୨୩ ମଧ୍ୟରେ ୧୮ରୁ ୪୫ ବର୍ଷିୟ ଲୋକଙ୍କ ମଧ୍ୟରେ ହଠାତ୍ ମୃତ୍ୟୁ ହୋଇଥିଲା। ଲୋକଙ୍କ ହଠାତ୍ ମୃତ୍ୟୁ ପରେ କୋଭିଡ ଟିକା ଉପରେ ପ୍ରଶ୍ନ ଉଠିଥିଲା ।