ନୂଆଦିଲ୍ଲୀ,୧୦/୧୨: ମୁମ୍ବାଇ କୁର୍ଲାରେ ଭାରସାମ୍ୟ ହରାଇ ରାସ୍ତାରେ ଯାଉଥିବା ପଥଚାରୀଙ୍କ ଉପରେ ମାଡ଼ିଗଲା ବସ। ଏହି ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ରୁ ଅଧିକ ଆହତ ହୋଇଛନ୍ତି । ଗୁରୁତରଙ୍କ ସଂଖ୍ୟା ଅଧିକ ଥିବାରୁ ଆଗକୁ ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା । ସୋମବାର ରାତିରେ କୁର୍ଲା ପଶ୍ଚିମ ରେଳ ଷ୍ଟେସନର ଆମ୍ବେଦକର ନଗର ଅଞ୍ଚଳରେ ସରକାରୀ ବସ ଏହି ଦୁର୍ଘଟଣା ଘଟାଇଛି । ବସଟି କୁର୍ଲାରୁ ଅନ୍ଧେରୀକୁ ଯାଉଥିବା ବେଳେ ହଠାତ ବ୍ରେକଫେଲ ହୋଇଯିବା ସହିତ ଲୋକଙ୍କ ଉପରେ ମାଡ଼ିଯାଇଥିଲା । ଘଟଣା ସ୍ଥଳରେ ହିଁ ୪ ଜଣ ଯାତ୍ରୀଙ୍କ ଜୀବନ ଯାଇଥିବା ୨୫ରୁ ଅଧିକ ଆହତଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ମୁମ୍ବାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।