ଭୁବନେଶ୍ୱର,୯/୧୨: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଜେଡ ପ୍ଲସ ସୁରକ୍ଷା ମିଳିଥିବା ବେଳେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ମିଳିଛି ୱାଇ ପ୍ଲସ ସୁରକ୍ଷା । ଏନେଇ ବିଧାନସଭାରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କଂଗ୍ରେସ ବିଧାୟକ ପବିତ୍ର ସାଉଁନ୍ତାଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ରାଜ୍ୟପାଳ ରଘୁବର ଦାସଙ୍କୁ ମଧ୍ୟ ଜେଡ୍ ପ୍ଲସ ସୁରକ୍ଷା ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ପଦ ଛାଡିବା ପରେ ଗତ କିଛି ଦିନ ତଳେ ନବୀନଙ୍କ ଠାରୁ ଜେଡ ପ୍ଲସ ସୁରକ୍ଷା ହଟାଇ ନିଆଯାଇଥିଲା । ଏହି ୩ ଜଣଙ୍କ ବ୍ୟତୀତ କୌଣସି ଅଫିସରଙ୍କୁ ଜେଡ ପ୍ଲସ ଓ ୱାଇ ପ୍ଲସ ସୁରକ୍ଷା ପ୍ରଦାନ କରାଯାଇନଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।