ଦେଶ ଛାଡି ଋଷରେ ଆଶ୍ରୟ ନେଲେ ସିରିଆ ରାଷ୍ଟ୍ରପତି ବସର-ଅଲ-ଅସଦ

ନୂଆଦିଲ୍ଲୀ,୯/୧୨: ସିରିଆ ରାଷ୍ଟ୍ରପତି ବସର-ଅଲ-ଅସଦ ଦେଶ ଛାଡି ପରିବାର ସହ ଋଷରେ ଆଶ୍ରୟ ନେଇଛନ୍ତି । ରାଷ୍ଟ୍ରପତି ପଳାଇବା ପରେ ତାଙ୍କ ବାସବଭନ ଲୁଟି ଉତ୍ସବ ମନାଇଲେ ବିଦ୍ରୋହୀ। ଶେଷରେ ୧୧ ଦିନର ବିଦ୍ରୋହର ଅନ୍ତ ଘଟିବା ସହ ଦୀର୍ଘ ୨୪ ବର୍ଷର ଏକଛତ୍ରବାଦ ଶାସନରେ ପୂର୍ଣ୍ଣଛେଦ ପଡିଛି। ଅସଦଙ୍କ ବିରୋଧରେ ଗତ ୧୪ ବର୍ଷ ହେଲା ବିଦ୍ରୋହ ଜାରି ରହିଥିଲା। ରାଷ୍ଟ୍ରପତିଙ୍କ ପଳାୟନ ପରେ ସିରିଆ ପ୍ରଧାନମନ୍ତ୍ରୀ ବିଦ୍ରୋହୀଙ୍କୁ କ୍ଷମତା ହସ୍ତାନ୍ତର ପାଇଁ ପ୍ରସ୍ତାବ ଦେଇଛନ୍ତି। ବିଦ୍ରୋହୀ ନୂଆ ସରକାର ଗଢିବାକୁ ପ୍ରସ୍ତୁତ ଆରମ୍ଭ କରିଛନ୍ତି। ଆଫଗାନିସ୍ତାନ, ବାଙ୍ଗଲାଦେଶ ପରେ ସିରିଆରେ ଶାସକଙ୍କ ଗାଦିତ୍ୟୁତ ହୋଇଛି। ହୟାତ ତହରିର ଅଲ ଶାମ ବିଦ୍ରୋହୀମାନେ ଗୋଟିଏ ପରେ ଗୋଟିଏ ସହର କବଜା କରିଚାଲିଥିବା ବେଳେ ଏବେ ସେମାନେ ରାଜଧାନୀ ଡାମସକସରେ ପଶିଛନ୍ତି। ଏହାସହ ଏକାଧିକ ଅଚଳକୁ ନିଜ କବଜାକୁ ନେଉଛନ୍ତି। ଅନ୍ୟପଟେ ଦେଶର ସେନା ରାଜଧାନୀକୁ ବଞ୍ଚାଇବାକୁ ଯେପରି ଲଢ଼େଇ କରିବା କଥା ସେପରି କିଛି ଦେଖିବାକୁ ମିଳୁନାହିଁ।