ଚାଷୀଙ୍କୁ ଇନପୁଟ୍ ସହାୟତା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୮/୧୨: ଚାଷୀଙ୍କୁ ଇନପୁଟ୍ ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଚାଷୀଙ୍କ ଖାତାକୁ ୮୦୦ ଟଙ୍କାର ବୋନସ ପଠାଇଛନ୍ତି ରାଜ୍ୟ ସରକାର ।  ଚାଷୀଙ୍କ ଖାତାକୁ ଟଙ୍କା ପଠାଇବା ସହ ସୋହେଲାରେ ମଞ୍ଚରେ ପୂର୍ବ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ୨୪ବର୍ଷ ଶାସନରେ ପୂର୍ବ ସରକାର ଯାହା କରିପାରିନଥିଲେ ତାହା ୬ମାସ ବିଜେପି ସରକାର କରି ଦେଖାଇଛି । ଯାହାକୁ ନେଇ ଇର୍ସାରେ ଜଳିଯାଉଛନ୍ତି ପୁର୍ବ ସରକାରର ନେତୃତ୍ୱ ଓ କଂଗ୍ରେସ । ପୂର୍ବ ସରକାର କେବଳ ଭୋଟ ବ୍ୟାଙ୍କ ତିଆରି କରିଥିଲେ। ଚାଷୀଙ୍କ ଉନ୍ନତି ପାଇଁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ ଓ ନୂଆ ସରକାର କଥାରେ ନୁହେଁ କାମରେ ବିଶ୍ୱାସ କରନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।