ଭୁବନେଶ୍ୱରରେ ସିବିଆଇ ରେଡ଼, ଦାମୀ ଗାଡିରୁ ବିପୁଳ ଟଙ୍କା ଜବତ ସହ ୪ଅଟକ

ଭୁବନେଶ୍ୱର,୮/୧୨: ରାଜଧାନୀ ଭୁବନେଶ୍ୱରରେ ଶନିବାର ରାତିରେ ସିବିଆଇର ଏକ ସ୍ବତନ୍ତ୍ର ଟିମ୍‌ ବଡ଼ଧରଣର ଚଢ଼ାଉ କରିଛନ୍ତି। ସିବିଆଇ ଟିମ୍‌ ସ୍ଥାନୀୟ ମେ ଫାୟାର ହୋଟେଲ ନିକଟରେ ଏକ ଦାମୀ କାର ଉପରେ ଅତର୍କିତ ଚଢ଼ାଉ କରିଛନ୍ତି। ଏଥି ସହିତ ଏହି କାର୍‌ରେ ଥିବା ବ୍ୟକ୍ତିମାନଙ୍କୁ ଉଠାଇ ନେବା ସହିତ ଲକ୍ଷାଧିକ ଟଙ୍କା ଜବତ କରିଛନ୍ତି। ସିବିଆଇ ଟିମ୍‌ ଏହି ମାମଲାରେ ୪ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛନ୍ତି। ଭୁବନେଶ୍ବରର ମେ ଫାୟାର ହୋଟେଲ ନିକଟରେ ଏକ ଦାମୀ ଗାଡ଼ିରେ ବିପୁଳ ପରିମାଣର ଟଙ୍କା ଥିବା ନେଇ ସିବିଆଇକୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏହା ପରେ ସିବିଆଇର ଟିମ୍‌ ଚଢ଼ଉ ପାଇଁ ସ୍ବତନ୍ତ୍ର ଯୋଜନା କରିଥିଲା। ଏହି ଆଧାରରେ କାର୍‌ ଉପରେ ଅତର୍କିତ ଚଢ଼ାଉ କରାଯାଇଥିଲା।