ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ, କମିଟି ଘୋଷଣା କଲେ ବାଚସ୍ପତି

ଭୁବନେଶ୍ୱର,୩/୧୨: ବଢିପାରେ ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ । ଦରମା ବୃଦ୍ଧି ନେଇ ଆଜି କମିଟି ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ । ଏଥିରେ ବିଧାୟକ ଭାସ୍କର ମଢେଇ ଅଧ୍ୟକ୍ଷ ରହିବେ । କଂଗ୍ରେସ ବିଧାୟକ ଦଳ ନେତା ରାମ କାଡାମ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଧାୟକ ପ୍ରତାପ ଦେବ, ବିଧାୟକ ତାରା ବାହିନୀପତି, ଲକ୍ଷ୍ମଣ ମୁଣ୍ଡା, ପ୍ରକାଶ ସୋରେନ, ନିହାର ମହାନନ୍ଦ, ପୂର୍ଣ୍ଣ ସେଠି ସଦସ୍ୟ ରହିବେ ।ଆଜି ବିଧାନସଭା ଶୂନ୍ୟକାଳରେ ଉଠିଥିଲା ବିଧାୟକ ମାନଙ୍କର ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ୍ ବୃଦ୍ଧି ପ୍ରସଙ୍ଗ । ବିଧାୟକ ପାଣ୍ଠି ୩ରୁ ୫ କୋଟି ଟଙ୍କାକୁ ବୃଦ୍ଧି କରିବାକୁ ଦାବି କରିଥିଲେ ସବୁ ଦଳର ସଦସ୍ୟ । ବିଜେଡି ଓ କଂଗ୍ରେସ ବିଧାୟକ ମାନେ ଏ ପ୍ରସଙ୍ଗ ଉଠାଇଥିବା ବେଳେ ବିଜେପି ବିଧାୟକ ମାନେ ମଧ୍ୟ ଦାବିକୁ ସମର୍ଥନ କରିଥିଲେ ।ସୂଚନାଯୋଗ୍ୟ ଯେ ୨୦୧୭ ମସିହାରେ ବିଧାୟକଙ୍କ ଦରମା ବଢାଯାଇଥିଲା ।

Leave a Reply

Your email address will not be published. Required fields are marked *