ଭୁବନେଶ୍ୱର, ୨/୧୨: ବାତ୍ୟା ଫେଙ୍ଗାଲ ପ୍ରଭାବରେ ପାଗରେ ପରିବର୍ତ୍ତନ ଦେଖାଦେଇଛି। ସକାଳୁ ସକାଳୁ ରାଜଧାନୀରେ କୋହଲା ପାଗ ସାଙ୍ଗକୁ ହାଲୁକା ବର୍ଷା ହୋଇଛି । ଗତ ଦୁଇ ଦିନ ହେଲା ରାଜ୍ୟରେ ଏକାଧିକ ସ୍ଥାନରେ କୋହଲା ପାଗ ଦେଖିବାକୁ ମିଳିଥିଲା । ସ୍ଥାନେସ୍ଥାନେ ହାଲୁକା ବର୍ଷା ମଧ୍ୟ ରେକର୍ଡ ହୋଇଛି । ତାମିଲାନାଡ଼ୁରେ ଫେଙ୍ଗାଲ ସ୍ଥଳଭାଗ ଛୁଇଁବା ପରେ ଏହାର ପ୍ରଭାବ ରାଜଧାନୀ ସମେତ ରାଜ୍ୟ ଅନ୍ୟାନ ସ୍ଥାନରେ ଦେଖିବାକୁ ମିଳିଛି । ବିଶେଷ କରି ପୁରୀ, ଖୋର୍ଦ୍ଧା, ଗଞ୍ଜାମ, କୋରାପୁଟ ଓ ମାଲକାନଗିରି ଆଦି ଜିଲ୍ଲାରେ ହାଲୁକା ବର୍ଷା ରେକର୍ଡ ହୋଇଛି । ସେପଟେ ସ୍ଥଳଭାଗ ଛୁଇଁବା ପରେ ତାମିଲନାଡ଼ୁରେ ତାଣ୍ଡବ ରଚିଛି ଫେଙ୍ଗାଲ । ଗଛ ଭାଙ୍ଗିବା ସହ ପାଣି ଜମିଛି। ସେଠାରେ ପ୍ରବଳ ବର୍ଷା ମଧ୍ୟ ଲାଗି ରହିଛି। ଏହାସହ ବନ୍ୟା ସ୍ଥିତି ଉପୁଜିବା ନେଇ ଆଶଙ୍କା ରହିଛି।