ଡିଜିପି ସମ୍ମିଳନୀ ଶେଷ,ଭାରତର ସୁରକ୍ଷା ପାଇଁ ପ୍ରସ୍ତୁତ ହେଲା ରୋଡ଼ମ୍ୟାପ

ଭୁବନେଶ୍ୱର,୧/୧୨: ୩ ଦିନ ଧରି ଭୁବନେଶ୍ବରରେ ହେଉଥିବା ପୋଲିସ ଡିଜି ସମ୍ମିଳନୀ ଶେଷ ହୋଇଛି । ଭୁବନେଶ୍ୱର ରୁ  ଫେରି ଯାଇଛନ୍ତି ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଓ ଏନଏସଏ । କିନ୍ତୁ ଦିଲ୍ଲୀ ଯିବା ପୂର୍ବରୁ ଦେଶର ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । ସବୁ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳର ପୋଲିସ ଡିଜି ଓ ଜାତୀୟ ସୁରକ୍ଷା ସଂସ୍ଥାର ମୁଖ୍ୟଙ୍କ ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ୩୬୦ ଡିଗ୍ରୀ ଆଲୋଚନା କରିଛନ୍ତି । ଦେଶର ଆଭ୍ୟନ୍ତରୀଣ ଓ ବାହ୍ୟ ଶତ୍ରୁଙ୍କୁ ଶେଷ କରିବାକୁ ଗୁପ୍ତ ରଣନୀତି ମଧ୍ୟ ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି । ଜାତୀୟ ସୁରକ୍ଷା ସର୍ବୋପରି ଏଭଳି ଗୁରୁମନ୍ତ୍ର ସହ ଶେଷ ହୋଇଛି ପୋଲିସ ଡିଜି ସମ୍ମିଳନୀ।

ଦେଶର ସୁରକ୍ଷାକୁ ନେଇ ୩ ଦିନ ଧରି ହୋଇଥିବା ମାରାଥନ ଆଲୋଚନାରୁ ବଡ ନିଷ୍କର୍ସ ବାହାରିଥିବା ସୂଚନା ମିଳିଛି। ତୃତୀୟ ଦିନରେ ୫ଟି ବିନ୍ଦୁ ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି ।

-ଆତଙ୍କବାଦକୁ ଦମନ ପାଇଁ ରୋଡମ୍ୟାପ
-ଉଗ୍ରବାଦୀ ସଙ୍ଗଠନର ସମୂଳ ବିନାଶ
-ଉପକୂଳ ସୁରକ୍ଷା ପାଇଁ ନକ୍ସା ପ୍ରସ୍ତୁତ
-ନୂଆ ଆପରାଧିକ ଆଇନ ବ୍ୟବହାର
-ନିଶା କାରବାରରେ ରୋକ