ପଶ୍ଚିମବଙ୍ଗରୁ ଆଉ ଓଡ଼ିଶା ଆସିବ ନାହିଁ ଆଳୁ:ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ଭୁବନେଶ୍ୱର,୩୦/୧୧: ଏଣିକି ପଶ୍ଚିମବଙ୍ଗରୁ ଆଉ ଓଡ଼ିଶା ଆସିବ ନାହିଁ ଆଳୁ। ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ମନ୍ତ୍ରୀ କହିଛନ୍ତି, ପଶ୍ଚିମବଙ୍ଗରେ କେବଳ ଆଳୁ ନାହିଁ । ଉତ୍ତର ପ୍ରଦେଶରୁ ଆଜି ଆଳୁ ଆସିଛି । ବଜାରରେ ପର୍ୟ୍ୟାପ୍ତ ପରିମାଣର ଆଳୁ ରହିଛି। ଉତ୍ତରପ୍ରଦେଶରେ ୨୨ ଟଙ୍କାରେ ଆଳୁ ମିଳୁଛି, ଭଡ଼ା ୪ ଟଙ୍କା ପଡ଼ୁଛି । କେଉଁଠି ଯଦି ଚଢା ଦରରେ ବିକ୍ରି ହେଲେ ଚଢାଉ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଆଳୁ, ପିଆଜ, ମାଛ ଉତ୍ପାଦନ ବଢିବା ପାଇଁ ଯୋଜନା କରାଯାଉଛି । ଅପରପକ୍ଷେ ସେ ଏପରି ମଧ୍ୟ କହିଛନ୍ତି ଯେ ବାଲେଶ୍ବର ଦେଇ ପଶ୍ଚିମବଙ୍ଗ ମାଛ ଯାଉଛି। ଆମେ ଚାହିଁଲେ ଦୁଇ ମିନିଟ୍‌ରେ ବନ୍ଦ ହୋଇଯିବ ।