ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାର ନୂଆ ଗାଇଡ୍‌ଲାଇନ୍ ଜାରି

ଭୁବନେଶ୍ୱର,୨୮/୧୧: ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାର ନୂଆ ଗାଇଡ୍‌ଲାଇନ୍ ଆସିଛି।  ନୂଆ ଗାଇଡ୍‌ଲାଇନରେ କେତେକ ନୂଆ ବ୍ୟବସ୍ଥା ଯୋଡ଼ିଛନ୍ତି।  ହିତାଧିକାରୀ ନିଜେ ଯୋଗ୍ୟ କି ନୁହନ୍ତି ତାହାର ସର୍ଭେ ନିଜେ କରିବେ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ସୂଚନା ପ୍ରଦାନ କରିଛନ୍ତି।

ବ୍ଲକ୍‌ର କୌଣସି କର୍ମଚାରୀ,ପଞ୍ଚାୟତ ନିର୍ବାହୀ ଅଧିକାରୀ ଅବା ସରପଞ୍ଚଙ୍କ ଜରିଆରେ ଆଉ ଆବାସ ସର୍ଭେ କରାଯିବ ନାହିଁ। ଲୋକେ ଅନଲାଇନ୍‌ରେ ଆପ୍ସ ଖୋଲି ନିଜର ଆବଶ୍ୟକ ତଥ୍ୟ ପୂରଣ କରିବେ ନିଜେ ନିଜର ସର୍ଭେ କରିବେ।ପୁରୁଣା ଘରର ଫଟୋ ଉଠାଇ ଅପଲୋଡ୍‌ କରିବେ।ସମସ୍ତ ତଥ୍ୟ ସିଧାସଳଖ ଆବାସ ପ୍ଲସ୍‌ ପୋର୍ଟାଲକୁ ଚାଲିଯିବ। ପୂର୍ବରୁ ବାଇକ୍‌, ଫ୍ରିଜ୍‌ ଓ ଲ୍ୟାଣ୍ଡଲାଇନ ଫୋନ୍‌ ଥିଲେ ଆବାସ ଘର ମିଳିବନି ବୋଲି ନିୟମ ଥିଲା। କିନ୍ତୁ ଏହାକୁ ବଦଳା ଯାଇଛି । ଏ ସବୁ ଥିଲେ ବି ଆବାସ ଘର ଦିଆଯିବ। ପୂର୍ବରୁ ପରିବାରର ମାସିକ ଆୟ ସୀମା ସର୍ବାଧିକ ୧୦ ହଜାର ରହିଥିଲା । ଏହାକୁ ୧୫ ହଜାର କରାଯାଇଛି ବୋଲି ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି।

Leave a Reply

Your email address will not be published. Required fields are marked *