କାର୍ଯ୍ୟରେ ଯୋଗଦେଲେ ସୁଜାତା କାର୍ତ୍ତିକେୟନ, ସମ୍ଭାଳିବେ ଏହି ଦାୟିତ୍ୱ..

ଭୁବନେଶ୍ୱର,୨୭/୧୧: ୬ ମାସ ଛୁଟିରେ ରହିବା ପରେ କାର୍ଯ୍ୟରେ ଯୋଗଦେଲେ ସୁଜାତା କାର୍ତ୍ତିକେୟନ । ବରିଷ୍ଠ ଆଇଏଏସ ସୁଜାତା କାର୍ତ୍ତିକେୟନଙ୍କୁ ସରକାର ଦାୟିତ୍ୱ ଦେଇଛନ୍ତି । ସୂଜାତାଙ୍କୁ ସରକାର ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଦାୟିତ୍ୱ ଦେଇଛନ୍ତି । ସୂଚନା ଥାଉକି ଆଜି ତାଙ୍କର ଛୁଟି ଅବଧି ଶେଷ ହୋଇଛି । ସେ ୬ମାସ ପାଇଁ ଛୁଟିରେ ରହିଥିଲେ । ଛୁଟି ଅବଧି ଶେଷ ହେବା ପୂର୍ବରୁ ସେ ପୁଣି ରାଜ୍ୟ ସରକାରଙ୍କ ନିକଟରେ ପୁଣି ୬ମାସ ପାଇଁ ଛୁଟି ଆବେଦନ କରିଥିଲେ । ହେଲେ ରାଜ୍ୟ ସରକାର ତାଙ୍କ ଆବେଦନକୁ ଅଗ୍ରାହ୍ୟ କରି ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

ସୂଚନାଯୋଗ୍ୟ ଯେ ନିର୍ବାଚନ ବେଳେ ନିର୍ବାଚନ କମିଶନଙ୍କ ପାଖରେ ବିଜେପି ଅଭିଯୋଗ କରିଥିଲା କି ସୁଜାତା ସରକାରୀ ଚାକିରିରେ ରହି ପୂର୍ବ ଶାସକ ଦଳ ବିଜେଡି ପାଇଁ କାମ କରୁଛନ୍ତି । ଏହାପରେ ସୁଜାତାଙ୍କୁ ମିଶନ ଶକ୍ତି ଦାୟିତ୍ୱରୁ ବାହାର କରି ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଦାୟିତ୍ୱ ଦେଇଥିଲେ । ଦାୟିତ୍ୱ ନେବାର କିଛିଦିନ ପରେ ସେ ୬ମାସ ପାଇଁ ତକ୍ରାଳ ଛୁଟିରେ ଯାଇଥିଲେ ।

Leave a Reply

Your email address will not be published. Required fields are marked *