ବିଧାନସଭାରେ ଅତିରିକ୍ତ ବଜେଟ୍ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କେଉଁ କ୍ଷେତ୍ର ପାଇଁ କେତେ?

ଭୁବନେଶ୍ୱର,୨୬/୧୧: ଆସିଲା ଅତିରିକ୍ତ ବଜେଟ୍ । ବିଧାନସଭାରେ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୧୨ ହଜାର ୧୫୬ କୋଟିର ଟଙ୍କାର ଅତିରିକ୍ତ ବଜେଟରେ ବ୍ୟୟବରାଦ କରାଯାଇଛି । ଜାଣନ୍ତୁ କେଉଁଥି ପାଇଁ କେତେ ?
– ରତ୍ନଭଣ୍ଡାର ପାଇଁ ୫କୋଟି
– ସୁଭଦ୍ରା ପାଇଁ ୧୧୯୬ କୋଟି
– ପ୍ରଶାସନିକ କ୍ଷେତ୍ର ପାଇଁ ୧ହଜାର ୬୮୫ କୋଟି,
– ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ପାଇଁ ୧୨୦ କୋଟି
– ଧରତୀ ଆବା ଜନଜାତିୟ ଗ୍ରାମ ଉତ୍କର୍ଷ ଅଭିଯାନ ପାଇଁ ୯୨ କୋଟି
– ସର୍ବନିମ୍ନ ଆବଶ୍ୟକତା କାର୍ଯ୍ୟକ୍ରମ ଅଧୀନରେ ନିର୍ବାଚନ ମଣ୍ଡଳୀ ଅନୁଯାୟୀ ଆବଣ୍ଟନ ପାଇଁ ୧୪୨ କୋଟି
– CAPF ମୁତୟନ ପାଇଁ ୨୯୯ କୋଟି ଟଙ୍କା
– ପୋଲିସ ଷ୍ଟେସନ ଓ ଫାଣ୍ଡିରେ CCTV ତନଖି ବ୍ୟବସ୍ଥା ସ୍ଥାପନ ପାଇଁ ୫୧ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।
– ୨୨ ଟି ITi ରେ ଉତ୍କର୍ଷ କେନ୍ଦ୍ର (Centre of Excellence) ପ୍ରତିଷ୍ଠା ପାଇଁ ୧୩୦ କୋଟି
– ଶ୍ରୀମନ୍ଦିର ପରିକ୍ରମାର ବିସ୍ତୃତ ସୁବିଧା ବିକାଶ ପାଇଁ ୨୬ କୋଟି
– ଅଗ୍ନିଶମ ସେବାର ଆଧୁନିକୀକରଣ ଓ ସମ୍ପ୍ରସାରଣ ପାଇଁ ୬୦ କୋଟି
– ବିଭିନ୍ନ ନିଯୁକ୍ତି ପରୀକ୍ଷା ଆୟୋଜନ ପାଇଁ ୧୫ କୋଟି
– ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ (GA&PG) ଅଧୀନରେ ଥିବା ଅଣଆବାସିକ କୋଠାର ରକ୍ଷଣାବେକ୍ଷଣ ପାଇଁ ୧୩ କୋଟି
– କୋଠ ଭୋଗ ଦାନ ଯୋଜନା ପାଇଁ ୧୫ କୋଟି
– ଶ୍ରଦ୍ଧାଳୁମାନେ ରଥ ଚଢ଼ିନଥିବାରୁ ଦଇତାପତିଙ୍କୁ କ୍ଷତିପୂରଣ ବାବଦରେ ୧୨ କୋଟି
– ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀଙ୍କୁ ପାରିଶ୍ରମିକ ବ୍ୟବସ୍ଥା ପାଇଁ ଅନୁଦାନ ବାବଦରେ ୫ କୋଟି
– ଓଡ଼ିଶା ବିଧାନସଭାର କୋଠା ନିର୍ମାଣ ପାଇଁ ୬ କୋଟି
– ରାଜ୍ୟର ମାଧ୍ୟମିକ ବିଦ୍ୟାଳୟରେ ଅତିଥୁ ଅଧ୍ୟାପକଙ୍କ ଦରମା ବାବଦରେ ୨୦ କୋଟି
– ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦକୁ ୧୩ କୋଟି
– କର୍ମଚାରୀ ରାଜ୍ୟ ବୀମା ଯୋଜନାରେ ଔଷଧ ବାବଦରେ ୧୫ କୋଟି
– ଓଡ଼ିଶା ଉଠା ଜଳସେଚନ ନିଗମ (OLIC)କୁ ଅନୁଦାନ ବାବଦରେ ୨୦ କୋଟି
– ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସରକାରୀ ସାଧାରଣ ମହାବିଦ୍ୟାଳୟଗୁଡ଼ିକ ପାଇଁ ଅନୁଦାନ ବାବଦରେ ୩୭ କୋଟି
– ମହାବିଦ୍ୟାଳୟଗୁଡ଼ିକ ପାଇଁ ଅନୁଦାନ ବାବଦରେ ୧୭ କୋଟି
– ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ବବିଦ୍ୟାଳୟଗୁଡ଼ିକ ପାଇଁ ଅନୁଦାନ ବାବଦରେ ୨୭ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି

Leave a Reply

Your email address will not be published. Required fields are marked *