ନୂଆଦିଲ୍ଲୀ,୨୫/୧୧: ପୁଟିନଙ୍କ ଗ୍ରହଣ କଲେ ବଡ ପଦକ୍ଷେପ । ୟୁକ୍ରେନ୍ ବିରୋଧ ଲଢେଇରେ ଓହ୍ଲାଇ ଥିବା ସୈନିକଙ୍କୁ ଋଣ ଛାଡ଼ ପାଇଁ ଘୋଷଣା କରିଛନ୍ତି ରୁଷିଆ ରାଷ୍ଟ୍ରପତି । ଏଥିପାଇଁ ଏକ ନୂଆ ଆଇନ୍ ଆଣିଛନ୍ତି ପୁଟିନ୍ । ସାମିରକ ନିଯୁକ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ଏଭଳି ଏକ ପଦକ୍ଷେପ ନିଆଯାଇଛି । ଏନେଇ ସରକାରୀ ୱେବସାଇଟ୍ରେ ତଥ୍ୟ ପ୍ରଦାନ କରାଯାଇଛି । ଏହି ନୂଆ ଆଇନ୍ ଅନୁସାରେ ସାମରିକ ନିଯୁକ୍ତି ପାଇଥିବା ବ୍ୟକ୍ତି ଓ ତାଙ୍କ ଜୀବନସାଥୀଙ୍କୁ ୧୦ ନିୟୁତ ରୁବେଲ ବା ୯୬ ହଜାର ଡଲାର ପର୍ଯ୍ୟନ୍ତ ଋଣ ଛାଡ଼ କରିବାକୁ ନିଷ୍ପତ୍ତି ହୋଇଛି । ୨୦୨୪ ଡିସେମ୍ବର ୧ ପୂର୍ବରୁ ନିଆଯାଇଥିବା ଋଣ ଉପରେ ଏହି ଆଇନ୍ ଲାଗୁ ହେବ ।