ଅପରାଧୀଙ୍କୁ ଧରିବା ପାଇଁ ନୂଆ ଆପ୍‌ ଅତିଥି

ଭୁବନେଶ୍ୱର, ୧୨/୩: ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି। ତେଣୁ ଅପରାଧୀଙ୍କୁ ଧରିବା ପାଇଁ ପୋଲିସ ଏକ ନୂଆ ଆପ୍‌ ଅତିଥି ପ୍ରସ୍ତୁତ କରିଛି। ସବୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ଡିସିପି କହିିିଛନ୍ତି।

ଅତିଥି ଆପ୍‌ ଜରିଆରେ ହୋଟେଲର ତଥ୍ୟ ସଂଗ୍ରହ କରିବ ପୋଲିସ । ସରାଇ ଆକ୍ଟ ଅନୁସାରେ ହୋଟେଲ ମାଲିକ ସବୁ ତଥ୍ୟ ପୋଲିସକୁ ଦେବେ । କିନ୍ତୁ ତଥ୍ୟ କେବଳ ପୋଲିସ ପାଖରେ ରହିବା ବେଳେ ଏହାକୁ ସାର୍ବଜନୀନ କରାଯିବ ନାହିଁ । ତେଣୁ ସମସ୍ତ ଗେଷ୍ଟ ହାଉସ୍‌ ଓ ଲଜ୍‌କୁ ଏହି ନିୟମ ମାନିବାକୁ ନିର୍ଦେଶ ଦିଆଯିବ ।