ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ହାତକୁ ନେବାକୁ ଏଏସ୍‌.ଆଇ କର୍ତ୍ତୃପକ୍ଷଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅନୁରୋଧ

ଭୁବନେଶ୍ୱର,୨୩/୧୧: ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି, ରକ୍ଷଣାବେକ୍ଷଣ ତଥା ସଂରକ୍ଷଣ କାମ ହାତକୁ ନେବାକୁ ଏଏସ୍‌.ଆଇ କର୍ତ୍ତୃପକ୍ଷଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଅନୁରୋଧ କରିଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଟୁଇଟ୍‌ କରି ସେ ଏହି ସୂଚନା ଦେଇଛନ୍ତି। ମୁଖ୍ୟ ପ୍ରଶାସକ  କହିଛନ୍ତି ଯେ, ଶ୍ରୀମନ୍ଦିର ରତ୍ନଭଣ୍ଡାର ନେଇ ବିଗତ ଦିନରେ ଏଏସ୍ଆଇ ପକ୍ଷରୁ କରାଯାଇଥିବା ଜିପିଆର୍-ଜିପିଏସ୍ ସର୍ଭେ ରିପୋର୍ଟ ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହୋଇଛି। ଏଏସ୍ଆଇ.ପକ୍ଷରୁ ଏହି କାର୍ଯ୍ୟ ହାଇଦ୍ରାବାଦସ୍ଥିତ ଏନ୍‌ଜିଆର୍‌ଆଇ ସହାୟତାରେ କରାଯାଇଥିଲା। ଶ୍ରୀମନ୍ଦିରର ସ୍ଥାୟିତ୍ବ ଏବଂ ସୁରକ୍ଷା ପ୍ରତି ଶ୍ରୀମନ୍ଦିର ପ୍ରଶାସନ ସର୍ବଦା ଯତ୍ନବାନ୍ ରହିଛି।

Leave a Reply

Your email address will not be published. Required fields are marked *