ମାଆକୁ ଇଟାରେ ଛେଚି ହତ୍ୟା କଲା ପୁଅ

ଭୁବନେଶ୍ୱର, ୧୨/୩: କେନ୍ଦୁଝର ବଡ଼ବିଲ ଥାନା ଗାଢହଟିଂ ଅଞ୍ଚଳରେ ଏକ ନୃଶଂସ କାଣ୍ଡ ଦେଖିବାକୁ ମିଳିଛି। ସେଠାରେ ନିଜ ମାଆ କୁ ହତ୍ୟା କରିଛି ପୁଅ। ପୁଅଟି ମାଆକୁ ଇଟାରେ ଛେଚି ହତ୍ୟା କରିଥିବା ସୂଚନା ରହିଛି। ମୃତକ ଜଣକ ନାମ ସୋମବାରୀ ମୁଣ୍ଡା । ଘଟଣା ସ୍ଥଳରେ ପୋଲିସ ପହଂଚି ଅଭିଯୁକ୍ତ ପୁଅ କିଶୋରକୁ ଗିରଫ କରିଛି। ଏହାସହ ଏହି ଘଟଣାର ତଦନ୍ତ ଜାରି ରହିଛି।