ଭୁବନେଶ୍ୱର, ୨୧/୧୧: ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ଘଟଣାରେ ୧୦ ଅଭିଯୁକ୍ତ ଗିରଫ। ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଅଭିଯୁକ୍ତ ମାନଙ୍କର ଦାନଗଦି ଡାକ୍ତରଖାନାରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏହାପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗତକାଲି ସନ୍ଧ୍ୟାରେ ଯାଜପୁର ଟାଉନ୍ ଥାନା ବୁଢାଘାଟଠାରେ ବିଧାୟକ ହିମାଂଶୁ ସାହୁ ଗାଡିରେ ଯାଇଥିବା ବେଳେ ତାଙ୍କୁ ଆକ୍ରମଣ ହୋଇଥିଲା। ବିଜେଡି ନେତା ବବି ଦାସଙ୍କ ଲୋକ ହିମାଂଶୁଙ୍କ ଗାଡିକୁ ଭଙ୍ଗାରୁଜା କରିଥିବା ଅଭିଯୋଗ କରିଥିଲେ ଧର୍ମଶାଳା ବିଧାୟକ।