ଖୋଲିଲା ଧାନମଣ୍ଡି, ମନ୍ତ୍ରୀ ପୂଜାର୍ଚ୍ଚନା କରି ଆରମ୍ଭ କଲେ ଧାନ କିଣା ପ୍ରକ୍ରିୟା

ଭୁବନେଶ୍ୱର,୨୦/୧୧: ଆଜି ଯୋଗାଣମନ୍ତ୍ରୀ କୃଷ୍ଣ ପାତ୍ର ପୂଜାର୍ଚ୍ଚନା କରି ଆରମ୍ଭ କଲେ ଧାନ କିଣା ପ୍ରକ୍ରିୟା । ବରଗଡ଼ ସୋହେଲାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମଧ୍ୟ ହୋଇଛି । ଧାନ ମଣ୍ଡି ଖୋଲିବା ଅବସରରେ ମନ୍ତ୍ରୀ କହିଲେ, ଏହା ଏକ ଗୁରୁତ୍ୱପୂର୍ଣ୍ଣ ଦିନ, ଚାଷୀଙ୍କ ପାଇଁ ଖୁସିର ଦିନ । ଚଳିତ ଖରିଫ ଋତୁରେ ଧାନ କ୍ଵିଣ୍ଟାଲ ପିଛା ୩୧୦୦ ଟଙ୍କା ପାଇବେ ଚାଷୀ । ୨୩୦୦ ଟଙ୍କା ଏମ୍‌ଏସପି ଓ ୮୦୦ ଟଙ୍କା ବୋନସ୍ ପାଇବେ । ନୂଆ ସରକାର ଆସିବା ପରେ ରାଜ୍ୟରେ ପ୍ରଥମ ଥର ଖରିଫ ଧାନ ସଂଗ୍ରହ କରାଯାଉଛି । କିଭଳି ସୁରୁଖୁରୁରେ ଧାନକିଣା ହେବ ସେନେଇ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି।

Leave a Reply

Your email address will not be published. Required fields are marked *