ନୂଆଦିଲ୍ଲୀ,୧୮/୧୧: ସତ୍ୟ କାହାଣୀ ଉପରେ ଆଧାରିତ ସିନେମା ‘ଦ ସାବରମତୀ ରିପୋର୍ଟ’ ବହୁ ଲୋକପ୍ରିୟତା ହୋଇଛି । ଆଉ ନିଜ ଅଫିସିଆଲ ସୋସିଆଲ ମିଡିଆ ପେଜରେ ଏକ ଲେଖା ପୋଷ୍ଟ କରିଛନ୍ତି ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ ଖୁବ ପ୍ରଶଂସା କରିଛନ୍ତି ।
ପ୍ରଧାନମନ୍ତ୍ରୀ ମନ୍ତ୍ରୀ ଲେଖିଛନ୍ତି, ସତ କେବେ ଲୁଚି ରହେନା । ଦିନେ ନା ଦିନେ ସାମ୍ନାକୁ ଆସେ । ମିଛ କଥା ସୀମିତ ସମୟ ପର୍ଯ୍ୟନ୍ତ ତିଷ୍ଟି ପାରେ । ସେପଟେ ଗୃହମନ୍ତ୍ରୀ କହିଛନ୍ତି ଇକୋସିଷ୍ଟମ ଯେତେ ବଳିଷ୍ଠ ହେଲେ ବି ସତକୁ ଲୁଚାଇବା ଅସମ୍ଭବ । ବରିଷ୍ଠ ନେତାଙ୍କ ପୋଷ୍ଟକୁ ରି-ପୋଷ୍ଟ କରି ଖୁସି ପ୍ରକାଶ କରିଛନ୍ତି ନିର୍ମାତା ଏକତା କପୁର । ଲୋମଟାଙ୍କୁରା ସତ୍ୟକାହାଣୀକୁ ନେଇ ଧୀରଜ ଶରନା ନିର୍ମାଣ କରିଛନ୍ତି ‘ଦ ସାବରମତୀ ରିପୋର୍ଟ’ । ମୁଖ୍ୟ ଭୂମିକାରେ ବିକ୍ରାନ୍ତ ମାସେ, ରିଧି ଡୋଗରା, ରାଶି ଖାନ୍ନାଙ୍କ ଅଭିନୟ ରହିଛି ।