ଭୁବନେଶ୍ୱର,୧୭/୧୧: ଗତକାଲି ବାଲିଯାତ୍ରାରେ କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କ ପର୍ଫମାନ୍ସ ଚାଲିଥିବା ବେଳେ ଏହାକୁ ଅଧାରୁ ବନ୍ଦ କରାଇ ଦିଆଯାଇଥିଲା । ଏହାକୁ ନେଇ ବାଲିଯାତ୍ରାରେ ଦର୍ଶକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଏହାପରେ ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସମୟ ବଢ଼ା ଯାଇଛି । ଏଣିକି ୧୦ଟା ପରିବର୍ତ୍ତେ ସାଢ଼େ ୧୦ଟା ପର୍ୟ୍ୟନ୍ତ ଚାଲିବ ସାଂସ୍କୃତିକ କାର୍ଯ୍ୟକ୍ରମ । ଏହାକୁ ନେଇ ଖୋଦ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜିଲ୍ଲା ପ୍ରଶାସନ ସହ ଆଲଚନା କରିଛନ୍ତି । ଏହି କ୍ରମରେ ସାଂସ୍କୃତିକ କାର୍ଯ୍ୟକ୍ରମ ବେଳେ ବାଧା ସୃଷ୍ଟି ନକରିବାକୁ ସେ ପରାମର୍ଶ ଦେଇଛନ୍ତି । ଗତ ଶନିବାର ବୈଷ୍ଣବ ପାଣି ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅଧାରୁ ବନ୍ଦ କରିଥିଲା ପୋଲିସ।