ଭୁବନେଶ୍ୱର,୧୭/୧୧: କାର୍ତ୍ତିକ ମାସ ଶେଷ ପରେ ଆଜି ଛାଡ଼ଖାଇ। ସକାଳୁ ସକାଳୁ ବିଭିନ୍ନ ଆମିଷ ମାର୍କେଟରେ ଜମିଲାଣି ଗ୍ରାହକଙ୍କ ଭିଡ଼ । ଗତକାଲି ଶନିବାର ଓ ସଂକ୍ରାନ୍ତି କାରଣରୁ ଆମିଷ ବଜାର ଉପରେ ଏହାର ପ୍ରଭାବ ପଡ଼ିଥିଲା, କାଁ ଭାଁ ଗ୍ରାହକ ବଜାରକୁ ଯାଇ ଆମିଷ କିଣିଥିଲେ। ଆଜି ରବିବାର ହୋଇଥିବା କାରଣରୁ ଆମିଷ ବଜାରରେ ସକାଳୁ ଭିଡ଼ ଜମିଥିବା ଦେଖିବାକୁ ମିଳିଛି । ସେପଟେ ଗ୍ରାହକଙ୍କ ଚାହିଦା ଅନୁଯାୟୀ, ପର୍ଯ୍ୟାପ୍ତ ପରିମାଣର ଛେଳି, କୁକୁଡା, ମାଛ, କଙ୍କଡ଼ା ଇତ୍ୟାଦି ମହଜୁଦ ରହିଥିବା ବ୍ୟବସାୟୀ ମାନେ କହିଛନ୍ତି ।