ଆଗାମୀ ୪ରୁ ୫ ଦିନ ମଧ୍ୟରେ ରାଜ୍ୟରେ ଆଗାମୀ ୪ରୁ ୫ ଦିନ ମଧ୍ୟରେ ଓଡ଼ିଶାର

ଭୁବନେଶ୍ବର,୧୬/୧୧: ଆଗାମୀ ୪ରୁ ୫ ଦିନ ମଧ୍ୟରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।ସପ୍ତାହକ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ଉଭୟ ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରା କେତେକ ସ୍ଥାନରେ ସାମାନ୍ୟ କମିପାରେ। ଆସନ୍ତା ୧୭ରୁ ୧୯ ତାରିଖ ମଧ୍ୟରେ ଭୁବନେଶ୍ବର ସମେତ ଉପକୂଳ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୧.୫ ଡିଗ୍ରି ପର୍ଯ୍ୟନ୍ତ କମିପାରେ। ୧୮ରୁ ୨୦ ତାରିଖ ମଧ୍ୟରେ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ୧ରୁ ୨ ଡିଗ୍ରି କମିବା ସହ ପରବର୍ତ୍ତୀ ୪ ଦିନ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବ।

ଏଥିସହ ଗତକାଲି ରାତିରେ ଚଳିତ ବର୍ଷ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଜି. ଉଦୟଗିରିଠାରେ ୧୨ ଡିଗ୍ରି ରେକର୍ଡ ହୋଇଛି। ଏଥିସହ ଅଧିକାଂଶ ସହରର ପାରଦ ୨୦ ଡିଗ୍ରି ତଳକୁ ଖସି ଆସିଛି।ରାଉରକେଲାରେ ୧୩.୯ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡ଼ା ଓ ଅନୁଗୁଳରେ ୧୪.୬, ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ୧୫, ସୁନ୍ଦରଗଡ଼ ଜିଲ୍ଲାର କିରେଇରେ ୧୫.୪, କେନ୍ଦୁଝରରେ ୧୫.୫, କୋରାପୁଟ ଜିଲ୍ଲା ସିମିଳିଗୁଡ଼ା ଓ ସମ୍ବଲପୁର ଜିଲ୍ଲା ଚିପିଲିମାରେ ୧୫.୬, ଭଦ୍ରକରେ ୧୬, ଭବାନୀପାଟଣାରେ ୧୬.୮, ସୁନ୍ଦରଗଡ଼ ଓ ବଲାଙ୍ଗୀରରେ ୧୭, ସମ୍ବଲପୁର ଓ କୋରାପୁଟରେ ୧୭.୨ ଡିଗ୍ରି ଲେଖାଏଁ ରହିଥିଲା।

Leave a Reply

Your email address will not be published. Required fields are marked *